ଲିଭ୍ ଇନରେ ରହିବା ପାଇଁ ଭାଇକୁ ହତ୍ୟା ଅଭିନେତ୍ରୀ !

ନୂଆଦିଲ୍ଲୀ: କନ୍ନଡ଼ ଅଭିନେତ୍ରୀ ଶାନୟା କାଟୱେ ପ୍ରେମିକ ସହ ଲିଭ୍ ଇନରେ ରହିବା ପାଇଁ ନିଜ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଶାନୟାଙ୍କୁ ଗିରଫ କରିବା ସହ ଭାଇ ରାକେଶ କାଟୱେଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ପରୀକ୍ଷା ପାଇଁ ପଠାଇଛି। ପୁଲିସ ଏହି ଘଟଣାରେ ଶାନୟାଙ୍କ ସହିତ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଜ ଅହମ୍ମଦ କାଟିଗର, ତୋସିଫ ଚାନ୍ନାପୁର, ଆଲତାଫ୍ ମୁଲ୍ଲା ଏବଂ ଅମାନ୍ ଗିରାନିୱାଲେ। ପୁଲିସ ସୂତ୍ରରୁ ପ୍ରକାଶ ଶାନୟା ଏବଂ ନୟାଜ ଲିଭ୍ ଇନରେ ରହୁଥିଲେ। ଏହାକୁ ଶାନୟାଙ୍କ ଭାଇ ରାକେଶ ବିରୋଧ କରୁଥିଲେ। ସେହି କାରଣରୁ ଶାନୟା ଇଙ୍ଗିତରେ ରାକେଶଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣା ଏପ୍ରିଲ ୯ରେ ଘଟିଥିଲା। ସେହିଦିନ ଶାନୟା ତାଙ୍କ ଚଳଚ୍ଚିତ୍ର ପ୍ରମୋସନ ପାଇଁ ହୁବଲି ଯାଇଥିଲେ। ସେଠାରେ ତାଙ୍କୁ ପୁଲିସ ଗିରଫ କରିଥିଲା।

Spread the love