ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ କନକବର୍ଦ୍ଧନ ସିଂଦେଓ

ଭୁବନେଶ୍ଵର : ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ କନକବର୍ଦ୍ଧନ ସିଂଦେଓ । ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏହି ଭେଟଘାଟ ସୌଜନ୍ୟମୂଳକ ଥିଲା ବୋଲି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କ ଏକ୍ସରେ ଉଲ୍ଲେଖ କରିଛନ୍ତି ।  ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ । ଏହି ଭେଟଘାଟ ସମୟରେ ଶାସନ, କୃଷି ଏବଂ ଭାରତର ବିକାଶ କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଆଲୋଚନା ହେଲା ବୋଲି କେଭି ସିଂହଦେଓ ତାଙ୍କ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି ।

ଏହି ଭେଟଘାଟ ଡବଲ ଇଞ୍ଜିନ୍ ସରକାର ମଡେଲକୁ ପ୍ରତିଫଳିତ କରୁଛି ।  ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ଯ ନେତୃତ୍ବ ଗୁରୁତ୍ଵ ଦେଉଛନ୍ତି । ପରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଥିଲେ ଉପ ମୁଖ୍ୟମନ୍ତ୍ରୀ । ନଭେମ୍ବର ୧୦ ତାରିଖରେ ହେବାକୁ ଥିବା ‘ମାଣ୍ଡିଆ ଦିବସ’ ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ।  ମନ୍ତ୍ରୀ ଏଥିରେ ସହମତି ପ୍ରକାଶ କରିଛନ୍ତି ।  ଗତ ଅଗଷ୍ଟ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ କନକ ବର୍ଦ୍ଧନ ସିଂଦେଓ । ମୋଦିଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କରିଥିଲେ ।

Spread the love