ଶକ୍ତି ପୀଠଗୁଡ଼ିକରେ ଚାଲିଛି ଷୋଡ଼ଶ ଉପଚାର ପୂଜା, ଆଜି ମାଆ ଭୁବନେଶ୍ଵରୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ
କଟକ : ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଶକ୍ତି ପୀଠଗୁଡ଼ିକରେ ଚାଲିଛି ମାଆଙ୍କର ଷୋଡ଼ଶ ଉପଚାର ପୂଜା । କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଶାରଦୀୟ ଷୋଡଶ ଉପଚାର ପୂଜାର ବେଶ କ୍ରମରେ ଆଜି ମାଆ ଭୁବନେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଗତକାଲି ମାଆ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
ଆସନ୍ତାକାଲି ମାଆ କଟକ ଚଣ୍ଡୀ ଭକ୍ତଙ୍କୁ ସିଦ୍ଧେଶ୍ୱରୀ ବେଶରେ ଦର୍ଶନ ଦେବେ । ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା କଟକ ଚଣ୍ଡୀଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଭକ୍ତ । ପୀଠରେ ମାଆଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି ।
