ଶରୀରରେ କଳା ଦାଗ ହଟାଇବାକୁ ଚହାଉଁଥିଲେ, ବ୍ୟବହାର କରନ୍ତୁ ଘରୋଇ ଉପଚାର
ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଏଭଳି ସମସ୍ୟା ଅଛି ଯାହା ପାଇଁ ଲୋକେମାନେ ବହୁତ ଚିନ୍ତାରେ ପଡିଥାନ୍ତି । ଯଦି ଆମ ଶରୀରରେ କିଛି ବି ଅସୁବିଧା ହୁଏ ତେବେ ଆମେ ଭାଙ୍ଗି ପଡିଥାଆନ୍ତି । ଏପରି ସ୍ଥିତିରେ ବହୁତ ପ୍ରକାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରାଯାଇଥାଏ । ଆଜିକାଲି ପରିସ୍ଥିତିକୁ ଆଖି ଆଗରେ ରଖି ବହୁତ କିଛି କାର୍ଯ୍ୟ କରିବାକୁ ପଡୁଛି । ଯଦି ଜଗିରଖି ନଜଳିବୁ ତେବେ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଯେକୌଣସି ଅସୁବିଧା ହେଉଛି ନିଜ ଭିତରେ ସମାଧାନ କରନ୍ତୁ ।
ଆପଣମାନେ ଜାଣିଛନ୍ତି କି ଏପରି ଏକ ସମସ୍ୟା ଅଛି, ଯାହା ପାଇଁ ଖାସ୍ କରି ଛିଅମାନେ ଅଧିକ ଟେନସନରେ ରହୁଛନ୍ତି । କାରଣ ସବୁ ସମୟରେ ଛିଅମାନେ ସଜ ହୋଇ ବାହାରକୁ ଯିବାକୁ ବହୁତ ପସନ୍ଦ କରିଥାନ୍ତି । ଯଦି ଏହି ସ୍ଥିତିରେ କିଛି ଅସୁବିଧା ହେବ ତେବେ ବହୁତ କଷ୍ଟ ହୋଇଥାଏ ।
ଆପଣଙ୍କର ଆଣ୍ଠୁ କିମ୍ବା ହାତ ଗଣ୍ଡି ଇତ୍ୟାଦିରେ କଳାଦାଗ ପଡୁଛି କି ତେବେ ଚିନ୍ତା କରନ୍ତୁ ନାହିଁ । ଘରୋଇ ଉପଚାର ଦ୍ୱାରା ଆପଣଙ୍କ ଚିନ୍ତା ବହୁତ ଶୀଘ୍ର ଦୂର ହେବ ଜାଣନ୍ତୁ କିପରି ।
୧. ଲେମ୍ବୁ : ଯଦି ଆପଣଙ୍କ ଶରୀରରେ କୌଣସି ଜାଗାରେ କଳା ପଡୁଛି ତେବେ ଆପଣ ସେହି ସ୍ଥାନରେ ଲେମ୍ବୁ ବ୍ୟବହାର କରନ୍ତୁ ଏବଂ ଏହାକୁ ୩୦ ମିନିଟ୍ ରଖି ତା’ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କର ରେଜଲ୍ଟ ।
୨. ଦହୀ : ଦହୀରେ ଅନେକ ଗୁଣ ରହିଛି । ଏହାସହ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ସମସ୍ୟା ଦୂର ହେଉ ତେବେ ଆପଣ ଗୋଟିଏ ଚାମଚ ଦହୀ ନେଇ ସେଥିରେ ଗୋଟିଏ ଚାମଚ ବେସନ ପକାଇ ମିକ୍ସ କରନ୍ତୁ ଏବଂ ତାହାକୁ କଳା ପଡିଥିବା ସ୍ଥାନରେ ଲଗାଇୁ ୧୫-୨୦ ରଖିବା ନିହାତି ଆବଶ୍ୟକ । ଶେଷରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
୩. ନଡିଆ ତେଲ : ଭିଟାମିନ ଏ’ରେ ଭରପୂର ନଡିଆ ତେଲ ଲଗାଇ ଫଳରେ ଅନେକ ସମସ୍ୟା ଦୂର ହୋଇଥାଏ । ଆପଣ ଗୋଟିଏ ଚାମଚ ନଡିଆ ତେଲ ନେଇ ସେଥିରେ ଅଧା ଚାମଚ ଲେମ୍ବୁରସ ମିଶାଇ ସେହି ସ୍ଥାନରେ ଲଗାନ୍ତୁ ଏବଂ ୨୦ ମିନିଟ ରଖି ଧୋଇଦିଅନ୍ତୁ । ଦେଖିବେ ସେହି ସ୍ଥାନ ଧୀରେ ଧୀରେ ଚମକ ସୃଷ୍ଟି ହେବ ।
ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ଏହି କଳାଦାଗ ସମସ୍ୟା ଦୂର ହେଉ ତେବେ ଏହି ଟିପ୍ସକୁ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।