ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ବ୍ରାଜିଲ୍ ସଂସଦରେ ପ୍ରଶଂସା
ଭୁବନେଶ୍ୱର : ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସାମାଜିକ କାର୍ଯ୍ୟକୁ ବ୍ରାଜିଲ୍ ସଂସଦରେ ଉଚ୍ଚ ପ୍ରଶଂସା କରାଯାଇଛି। ସାଂସଦ କାରଲୋସ ଭିଆନା ବ୍ରାଜିଲ୍ ସଂସଦରେ ଶ୍ରୀ ସାମନ୍ତଙ୍କ ଦ୍ୱାରା କିସ୍ ଜରିଆରେ ଜନଜାତିଙ୍କ ବିକାଶ ସମ୍ପର୍କିତ କାର୍ଯ୍ୟର ଉପସ୍ଥାପନ କରିବା ସହ ଶ୍ରୀ ସାମନ୍ତଙ୍କୁ ପ୍ରଶଂସା କରିଥିଲେ । ଏହା ବ୍ୟତୀତ ଅଚ୍ୟୁତ ସାମନ୍ତଙ୍କ ଲିଖିତ art of Giving ପୁସ୍ତକର ପ୍ରଶଂସା କରି କାର୍ଲୋସ୍ କହିଲେ ସାମ୍ପ୍ରତିକ ସମାଜରେ art of Giving ର ଯଥେଷ୍ଟ ଗୁରୁତ୍ଵ ରହିଛି। ସେହିପରି ନିକଟରେ ଆମେରିକାର ନ୍ୟୁୟର୍କସ୍ଥିତ ସିଟି ୟୁନିଭର୍ସିଟିରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା ପ୍ରତିଷ୍ଠାନ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ) ଖୋଲାଯାଇଥିବା ନେଇ ମଧ୍ଯ କାରଲୋସ ଶ୍ରୀ ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଥିଲେ।