ଶୀତଦିନେ ଖାଆନ୍ତୁ ଅଙ୍ଗୁର, ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କେବଳ ସବୁଜ ପନିପରିବା ନୁହେଁ ଫଳମୂଳ ମଧ୍ୟ ଆମ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । ଅଧିକାଂଶ ଲୋକେ ଶୀତଦିନେ ଫଳ ଖାଇବା ଅନୁଚିତ୍ ବୋଲି ଭାବିଥାଆନ୍ତି । କିନ୍ତୁ କିଛି ଫଳ ରହିଛି ଯାହା ଶୀତଦିନେ ଖାଇବା ଦ୍ବାରା ଆମକୁ ଅନେକ ଲାଭ ମିଳିଥାଏ । ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ । ଏଥିପାଇଁ ନିଜ ଡାଏଟ୍‌ ଲିଷ୍ଟରେ ଫଳ ଆଡ୍ କରିବାକୁ ପରାମର୍ଶ ଦିଆଯାଇଥାଏ । ସବୁ ଫଳ ଅପେକ୍ଷା ଶୀତଦିନେ ଅଙ୍ଗୁର ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଙ୍ଗୁରରେ ଆପଣଙ୍କୁ ଭରପୂର ମାତ୍ରାର କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ମିଳିଥାଏ । ଆୟୁର୍ବେଦ ଅନୁସାରେ ମଧ୍ୟ ଏହାର ଅନେକ ଉପକାରୀ ଗୁଣ ସମ୍ପର୍କରେ କୁହାଯାଇଛି । ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱର ଅଭାବ ଦୂର କରିଥାଏ ।

ଖାସ୍‌ କରି ଶୀତଦିନେ ଆପଣ ନିଜ ଡାଏଟରେ ଅଙ୍ଗୁର ନିଶ୍ଚୟ ସାମିଲ କରିବା ଉଚିତ୍‌ । ଆପଣ ହାଲୁକା ସବୁଜ ରଙ୍ଗର ଅଙ୍ଗୁର ନଚେତ୍‌ କଳା ଅଙ୍ଗୁର ମଧ୍ୟ ଖାଇପାରିବେ। ଏହି ଦୁଇଟି ଯାକ ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଶୀତଦିନେ ଅଙ୍ଗୁର ଖାଇବାର ଫାଇଦା : 

ମାଇଗ୍ରେନ୍‌ ସମସ୍ୟାକୁ ଦୂର କରେ :

ଯେଉଁମାନଙ୍କର ମାଇଗ୍ରେନ୍‌ ସମସ୍ୟା ରହିଛି ସେମାନେ ନିହାତି ଭାବେ ଅଙ୍ଗୁର ଖାଇବା  ଦରକାର । ମାଇଗ୍ରେନ୍‌ ସମସ୍ୟା ଦେଖାଯିବା ମାତ୍ରେ ତୁରନ୍ତ ଅଙ୍ଗୁର ଖାଇବା ଦ୍ବାରା ଏଥିରୁ ବହୁତ ଫାଇଦା ମିଳିପାରିବ । ମାଇଗ୍ରେନ୍‌ରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଅଙ୍ଗୁର ରସ ମଧ୍ୟ ଖାଇପାରିବେ । ଏଥିରୁ ବହୁତ ଲାଭ ମିଳିଥାଏ ବୋଲି ପ୍ରମାଣିତ ହୋଇଆସୁଛି ।

ଥଣ୍ଡା, ସର୍ଦ୍ଦିରୁ ରକ୍ଷା କରେ :

ଅଙ୍ଗୁରରେ ଭିଟାମିନ୍‌-ସି ଭରପୂର ମାତ୍ରାରେ ରହିଛି । ଅଙ୍ଗୁରରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଯାହାକି ଥଣ୍ଡା, ସର୍ଦ୍ଦି ସମେତ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ । ଏଥି ସହିତ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ବିଭିନ୍ନ ଭାଇରସ୍‌ରୁ ରକ୍ଷା କରିଥାଏ । ତେଣୁ ଶୀତଦିନେ ଅଙ୍ଗୁରର ଖାଇବା ଉଚିତ୍‌ ।

ଉଚ୍ଚ ରକ୍ତଚାପର ସମସ୍ୟାକୁ ଦୂର କରେ :

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ତେବେ ସେମାନଙ୍କ ପାଇଁ ଅଙ୍ଗୁର ରାମବାଣ ସଦୃଶ କାମ କରିଥାଏ । ଅଙ୍ଗୁରର ସେବନ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ ।  ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସପ୍ତାହରେ ୩ ରୁ ୪ ଦିନ ନିଶ୍ଚୟ ଅଙ୍ଗୁର ଖାଇବାର ଅଭ୍ୟାସ  କରନ୍ତୁ ।

ସୁଗାର ଲେବଲକୁ ନିୟନ୍ତ୍ରଣ କରେ :

ସୁଗାର ରୋଗୀଙ୍କ ପାଇଁ ଅଙ୍ଗୁର ବେଷ୍ଟ ହୋଇଥାଏ । ସେମାନେ ଅଙ୍ଗୁର ଖାଇବା ଦ୍ବାରା ସେମାନଙ୍କ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ବୋଲି ପ୍ରମାଣିତ ହୋଇଆସୁଅଛି । ଏହାକୁ ଖାଇବା ଦ୍ୱାରା ସୁଗାର ଲେବଲ କମ୍‌ ରହିଥାଏ ଏବଂ ଶରୀରରେ ଆଇରନର ଅଭାବକୁ ମଧ୍ୟ ଅନେକ ସମୟରେ ପୂରଣ  କରିଥାଏ ।

ହାର୍ଟକୁ ସୁସ୍ଥ ରଖେ :

ବର୍ତ୍ତମାନ ସମୟରେ ଅନେକ ଲୋକଙ୍କୁ ହାର୍ଟ ଜନିତ ସମସ୍ୟାର ସାମ୍ନା କରୁଥିବାର ଦେଖିବାକୁ ମିଳୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରୁ ରକ୍ଷା ପାଇବା ପାଇଁ ଅଙ୍ଗୁର ବହୁତ ଲାଭଦାୟକ ହୋଇଥାଏ । ଅଙ୍ଗୁର ଖାଇବା ଦ୍ବାରା ହାର୍ଟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରେ :

କେବଳ ଏତିକି ନୁହେଁ ଅଙ୍ଗୁର ଏକ ଏମିତି ଫଳ ଯାହା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ରକ୍ଷା କରିଥାଏ । ଓଜନ ଗେନ୍ କରିବାକୁ ଚାହୁଁଥିଲେ ଆପଣମାନେ ଅଙ୍ଗୁର ଖାଆନ୍ତୁ ।

Spread the love