ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ, ମିଳି ନଥିଲେ ମିଳିବ ସୁଭଦ୍ରା

ଭୁବନେଶ୍ୱର : ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ ।  ଏହି ମଡ୍ୟୁଲ ଜରିଆରେ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ ।  ମିଳି ନଥିଲେ ମିଳିବ ସୁଭଦ୍ରା  ।  ପୂର୍ବରୁ ପୋର୍ଟାଲରେ ଲୋକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ ।  ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ ।  ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ ଓ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ ।  ଏହାର ଷ୍ଟାଟସ୍ ସବୁ ତଥ୍ଯ ପୋର୍ଟାଲ ରେ ଉପଲବ୍ଧ ରହିବ ।  ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ, କାରଣ କଣ,ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ଏ ସବୁ କଥାର ଉତ୍ତର ରଖିବ ବିଭାଗ ।  ବର୍ତ୍ତମାନ ୧ କୋଟି ୯ ଲକ୍ଷ ହିତାଧୀକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡ଼ିଛନ୍ତି।

Spread the love