ଶ୍ବଶୁର ଘରେ ବୋମା ଫୁଟାଇ ବନ୍ଧା ହେଲା ଜ୍ବାଇଁ

ନରସିଂହପୁର: ଶ୍ବଶୁର ଘରେ ବୋମା ଫୁଟାଇ ବନ୍ଧା ହେଲା ଜ୍ବାଇଁ । ଜଟଣୀରୁ ଜ୍ୱାଇଁ ଅବଦୁଲ ମନସୁରକୁ ଗିରଫ କରିଛି ପୋଲିସ । ତା ନିକଟରୁ ଚାରୋଟି ଅଫୁଟା ବୋମା ଜବତ ହୋଇଛି । ନରସିଂହପୁର ଥାନା ଅନ୍ତର୍ଗତ ମୁସଲମାନ ସାହିରେ ଘଟିଛି ଏପରି ଘଟଣା ।

ଗତ ୬ ତାରିଖରେ ନରସିଂହପୁର ଥାନା ଅଞ୍ଚଳ ସୁଲତାନ ମହମ୍ମଦଙ୍କ ଘରକୁ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଗାଁର ଜ୍ୱାଇଁ ଅବଦୁଲ୍‌ ମନସୁର ଆସିଥିଲେ । ମନ୍‌ସୁରଙ୍କ ସହ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଆସିଥିଲେ । ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ମନ୍‌ସୁର୍‌ ଦୁଇ ବୋମା ଶ୍ୱଶୁର ଘର ଉପରକୁ ଫିଙ୍ଗିଥିଲେ । ଯେଉଁଥିରେ ଘରର କବାଟ, ଝରକା, କାଚ ସହ ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରଖିଥିଲା ପୋଲିସ । ଜଟଣୀରୁ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିଛି।

Spread the love