ଶ୍ରୀମନ୍ଦିରରେ ଗରମ ଡାଲି ପଡି ୫ ଭକ୍ତ ଆହତ

ପୁରୀ : ଶ୍ରୀମନ୍ଦିରରେ ଗରମ ଡାଲି ପଡି ୫ ଭକ୍ତ ଆହତ । ୩ ମହିଳାଙ୍କ ସମେତ ଦୁଇ ଯୁବତୀ ଆହତ ।  ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ।  ପାଦରେ ଗରମ ଡାଲି ପଡ଼ିଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଫେରି ଯାଇଛନ୍ତି ।  ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଥିଲା। ଭୋଗ ମଣ୍ଡପ ଉଠିବା ପରେ ଅପରାହ୍‌ଣ ସମୟରେ ବୋଝିଆ ସେବାୟତମାନେ ଗରମ ଡାଲି ନେଇ ଯାଉଥିବା ବେଳେ ଅବସାବଧାନତା ‌କାରଣରୁ ଗରମ ଡାଲି ପଡ଼ି ଯାଇଥିଲା। ଏହି ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି ।  ଆହତ ହୋଇଥିବା ଭକ୍ତମାନେ ନୟାଗଡ଼ର ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *