ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କଲେ ସମ୍ୱିତ୍‌ ପାତ୍ର

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଗତକାଲି ହାଇକୋର୍ଟରେ ଏଏସଆଇର ସତ୍ୟପାଠ ପରେ ପୁଣିଥରେ ଆରମ୍ଭ ହୋଇଛି ବିବାଦ। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବଡ଼ଦାଣ୍ଡର ମରଚିକୋଟ ଛକଠାରୁ ମହାପ୍ରଭୁଙ୍କ ମୂର୍ତ୍ତି ଧରି ଚାଲି ଚାଲି ଆସିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଥିଲେ। ଏଏସଆଇର ବିନା ଅନୁମତିରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ କାମ ଶୀଘ୍ର ଶେଷ ହେବା କଥା ପୁରୀ ବିଧାୟକ କହିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେବାୟତ କହିଛନ୍ତି।ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ତଳେ ଏଏସଆଇର ୩ ଜଣିଆ ବିଶେଷଜ୍ଞ ଟିମ୍ ପୁରୀ ଆସି ଜିଲ୍ଲାପାଳ, ଓବିସିସି, ଶ୍ରୀମନ୍ଦିର ପ୍ରଶାସନ ସହ ମିଳିତ ଭାବେ ଯାଞ୍ଚ କରିବା ପରେ ହାଇକୋର୍ଟରେ ସତ୍ୟପାଠ ଦେଇଛନ୍ତି। ଏନଏମଏ ବା national monument authority ର ଏନଓସି ପାଇବା ପରେ ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଉଛି। ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ଲକ୍ଷାଧିକ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି public amenities ଅନ୍ତର୍ଗତ ଶୌଚାଳୟ, କ୍ଲୋକ ରୁମ୍, ଆଶ୍ରୟସ୍ଥଳ ପ୍ରାଥମିକ ଭାବେ ନିର୍ମାଣ କରାଯାଉଛି। ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ କୌଣସି ସ୍ଥଗିତାଦେଶ ଦେଇନାହାନ୍ତି। କିନ୍ତୁ ଏସବୁ ପରେ ମଧ୍ୟ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ଗତକାଲି ସାମ୍ବାଦିକ ସମ୍ମିଳନୀ କରିବା ପରେ ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଉଭୟ prohibited area o regulatd area re ଏଏସଆଇର ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାରୁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଅଞ୍ଚଳର ବହୁ ଲୋକ ସ୍ଵେଚ୍ଛାକୃତ ଭାବେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜମି ଦାନ କରିଛନ୍ତି । ସହରର ୯୦ ପ୍ରତିଶତ ଲୋକ ପ୍ରକଳ୍ପକୁ ସ୍ବାଗତ କରୁଛନ୍ତି। ଏଭଳିକି ଖୋଦ୍ ପୁରୀ ବିଧାୟକ ମଧ୍ୟ ଚାହୁଁଛନ୍ତି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେଉ। କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଉ ଏବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି। ମହାପ୍ରଭୁଙ୍କ ନିର୍ମାଣ କାର୍ଯ୍ୟରେ କେହି ବାଧକ ହେବା ଉଚିତ୍ ନୁହେଁ ବୋଲି ପୂର୍ବରୁ ପୁରୀ ଗଜପତି କହିଥିଲେ। ମାମଲା ହାଇକୋର୍ଟରେ ଥିବା ବେଳେ ପ୍ରକଳ୍ପ କାର୍ଯ୍ୟକୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି।

Spread the love