ଶ୍ରୀରାମଲାଲା ନ୍ୟାୟସଂଗତ ଭାବରେ ତାଙ୍କ ଜନ୍ମସ୍ଥାନରେ ବିରାଜମାନ କରନ୍ତୁ

ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଙ୍କର ଓକିଲ, ଶ୍ରୀ କେ ପାରସରଣ।  ସେ ନିକଟରେ କହିଥିଲେ ତାଙ୍କ ଜୀବଦସାରେ ମହାପ୍ରଭୁ ଶ୍ରୀରାମଲାଲା ନ୍ୟାୟସଂଗତ ଭାବରେ ତାଙ୍କ ଜନ୍ମସ୍ଥାନରେ ବିରାଜମାନ କରନ୍ତୁ ଏହା ତାଙ୍କର ଶେଷ ଇଛା ! 92 ବର୍ଷ ବୟସରେ ମଧ୍ୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଅଯୋଧ୍ୟାର ଶ୍ରୀରାମଜନ୍ମଭୂମି ମାମଲାରେ ଶ୍ରୀରାମଲାଲାଙ୍କ ତରଫରୁ ଓକିଲ ଭାବରେ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ସାମ୍ନାରେ ବଳିଷ୍ଠ ଦଲିଲ ଓ ଯୁକ୍ତି ଉପସ୍ଥାପନ କରିଥିବା ମହାନ ଓକିଲ ହେଉଛନ୍ତି ଶ୍ରୀ କେ ପାରସରଣଜୀ । 2019 ଅଗଷ୍ଟ ରୁ ଅକଟୋବର ମାସ ପର୍ଯ୍ୟନ୍ତ ପ୍ରତିଦିନ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତିଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଶ୍ରୀରାମଜନ୍ମଭୂମି ମାମଲାର ଶୁଣାଣି କରିବାର ନିର୍ଣ୍ଣୟ ନିଆଗଲା ! ସେତେବେଳେ ବିରୋଧି ପକ୍ଷର ଓକିଲ କହିଥିଲେ ବୟସ ଦୃଷ୍ଟିରୁ ଏହା ତାଙ୍କପାଇଁ ମୁସ୍କିଲ ହେବ ! କିନ୍ତୁ  92 ବର୍ଷ ବୟସରେ ମଧ୍ୟ ଦୀର୍ଘ  40 ଦିନ ଘଣ୍ଟା ଘଣ୍ଟା ଧରି ଅସୀମ ସାହସ ଓ ଧର୍ଯ୍ୟର ସହିତ ଶ୍ରୀରାମ ଜନ୍ମଭୂମି ପାଇଁ ବଳିଷ୍ଠ ଯୁକ୍ତି ଓ ଦଲିଲ ଉପସ୍ଥାପନ କରିଥିଲେ ! ବୟସ ଦୃଷ୍ଟିରୁ ତାଙ୍କୁ ବସିକରି ଯୁକ୍ତି ଓ ତଥ୍ୟ ଉପସ୍ଥାପନ ପାଇଁ ମାନ୍ୟବର ଖଣ୍ଡପୀଠ କହିଲେ , କିନ୍ତୁ ସେ ନମ୍ରତାର ସହିତ କହିଲେ ପ୍ରଭୁ ଶ୍ରୀରାମଙ୍କ କାମରେ ତାଙ୍କୁ ଶାରୀରିକ କିମ୍ବା ମାନସିକ କଷ୍ଟ ହୁଏନାଇଁ !
ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ହିନ୍ଦୁ ସମାଜ ନ୍ୟାୟପାଇଁ ଦୀର୍ଘଦିନର ସଂଘର୍ଷ , ଆନ୍ଦୋଳନ, ଜାଗରଣ ଏବଂ ଏଇପ୍ରକାର ନ୍ୟାୟିକ ଲଢେଇ କାରଣରୁ  09 ନଭେମ୍ବର 2019  ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଦ୍ଵାରା 492 ବର୍ଷର (1528 ରୁ ) କଳଙ୍କ ଧୋଇଗଲା ! ଏ ବୟସରେ ମଧ୍ୟ ଶ୍ରୀ ପରାଶରଣଜୀ ଙ୍କର ସତ୍ୟ, ଧର୍ମ, ନ୍ୟାୟ ଓ ହିନ୍ଦୁ ସମାଜ ପାଇଁ ଲଢେଇ କରିବାର ଇଛାଶକ୍ତି, ଆମ ସମସ୍ତଙ୍କୁ ପ୍ରେରଣ ଦେଉ ଏବଂ ପ୍ରଭୁ ଶ୍ରୀରାମଙ୍କ ପାଖରେ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିବା ! ବନ୍ଧୁଗଣ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଆସନ୍ତା ତା 05 ଅଗଷ୍ଟ 2020 ଦିନ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ, ଦିବ୍ୟ ମହାପ୍ରଭୁ ଶ୍ରୀରାମଙ୍କର ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଏବଂ ଭୂମିପୂଜନ କରାଯିବ, ଏହି ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମକୁ ଦୂରଦର୍ଶନରେ ଦର୍ଶନ କରିବା ସହିତ ଘରେ ଓ ବାହାରେ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ଦୀପ ଜାଳିବା !

Spread the love