ଶ୍ରୀଲଙ୍କାରେ ସବୁଠାରୁ ବେଶି ହାତୀ ମରୁଛନ୍ତି

ନୂଆଦିଲ୍ଲୀ, ଶ୍ରୀଲଙ୍କାରେ ସବୁଠାରୁ ବେଶୀ ସଂଖ୍ୟକ ହାତୀ ମରୁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡିଛି। ବିଗତ ଏକ ବର୍ଷରେ ମଣିଷ ସହ ଲଢେଇରେ ଶ୍ରୀଲଙ୍କାରେ ୪୦୭ ହାତୀ ପ୍ରାଣ ହରାଇଥିବା ପ୍ରକାଶ। ପୂର୍ବବର୍ଷ ଏହି ସଂଖ୍ୟା ୨୭୨ ରହିଥିଲା। ହାତୀ-ମଣିଷ ଲଢେଇ ସମ୍ପର୍କରେ ବିସ୍ତୃତ ସୂଚନା ପାଇବାକୁ ପବ୍ଲିକ ଆକାଉଣ୍ଟ୍ସ କମିଟି ପକ୍ଷରୁ ହସ୍ତୀ ବିଶେଷଜ୍ଞ ଡଃ ଫର୍ଣ୍ଣାଣ୍ଡୋଙ୍କୁ ଦାୟିତ୍ୱ ଦିଆଯାଇଛି। ସଂପ୍ରତି ହାତୀ-ମଣିଷ ଲଢେଇ ସବୁଠି ଚର୍ଚ୍ଚିତ। ଜଙ୍ଗଲଗୁଡିକ କ୍ରମଶଃ ସଫା ହେବାପରେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ମାନବ ବସ୍ତିଆଡକୁ ମୁହାଁଇବାରେ ଲାଗିଛନ୍ତି। ଫଳରେ ମଣିଷଙ୍କ ସହ ସେମାନଙ୍କ ମୁକାବିଲା ଅବଶ୍ୟମ୍ଭାବୀ ହୋଇପଡୁଛି। ଅପରପକ୍ଷରେ ହାତୀ ଆକ୍ରମଣରେ ଘଟୁଥିବା ମଣିଷଙ୍କ ମୃତ୍ୟୁ ତାଲିକାରେ ଭାରତ ସର୍ବାଗ୍ରେ ରହିଥିବାବେଳେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି।

Spread the love