ସକାଳୁ ଉଠି କରନ୍ତୁ ଏଭଳି କାମ; ଦିନଟି ହସଖୁସିରେ କଟିବ

ସକାଳର ଆରମ୍ଭ ଭଲରେ ହେଲେ ପୂରା ଦିନଟି ସେହି ଅନୁସାରେ କଟେ । ସମ୍ପୂର୍ଣ୍ଣ ଦିନଟିକୁ ମଜାରେ କାଟିବାକୁ ଚାହୁଁଥିଲେ, କେତୋଟି ଉପାୟ ପାଳନ କରନ୍ତୁ ।

– ସକାଳୁ ଉଠି ପ୍ରଥମେ ମୋବାଇଲ କିମ୍ବା ଟିଭି ଦେଖିବା ପରିବର୍ତ୍ତେ ନିଜ ମନ ପସନ୍ଦର ଗୀତ ଶୁଣନ୍ତୁ । ମୋବାଇଲରେ ଗୀତ ଲଗାଇ ଶୁଣିବାରେ କୌଣସି ଅସୁବିଧା ନାହିଁ । ସଙ୍ଗୀତର ତାଳ ମାନସିକ ଚାପକୁ କମ କରିବା ସହ ଆମ ମସ୍ତିଷ୍କର କୋଷିକାକୁ ସକ୍ରିୟ କରୁଥିବାର ବିଶେଷଜ୍ଞଙ୍କ ମତ ।

– ନିଦ ଭାଙ୍ଗିବା ପରେ ଶେଯ ଉପରେ ବସି ରହି ୫-୭ ମିନିଟ ଧ୍ୟାନ କରିପାରିବେ । ଏହି ସବୁ ନିୟମ ଆପଣଙ୍କୁ ସାଧାରଣ ଲାଗୁଥିଲେ ମଧ୍ୟ ଦୌନ୍ଦିନ ଜୀବନରେ ଏହାର ପ୍ରୟୋଗ କଲେ କିଛି ଦିନ ପରେ ଫଳାଫଳ ଜାଣିପାରିବେ ।

– ସକାଳୁ ଉଠି କିଛି ଖାଇବା କିମ୍ବା ଚା-କଫି ପିଇବା ପୂର୍ବରୁ ପ୍ରଥମେ ୨ଗିଲାସ ପାଣି ପିଅନ୍ତୁ । ପାଣି ଶରୀରକୁ ଶକ୍ତି ଦିଏ । ଅନୁଧ୍ୟାନରୁ ମଧ୍ୟ ପ୍ରମାଣିତ ହୋଇଛି, ପାଣି ପିଇଲେ ଫୁର୍ତ୍ତି ଲାଗେ ।

– ଶେଯରୁ ଉଠିବା ପରେ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ନଚେତ ଛାତ ଉପରେ ୧୦-୧୨ ମିନିଟ ଚଲାବୁଲା କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ଶରୀରକୁ ଭିଟାମିନ ଡ଼ି ମିଳିବା ସହ ମାନସିକ ଶାନ୍ତି ମଧ୍ୟ ସକାଳର ସୂର୍ଯ୍ୟକିରଣ ଜରିଆରେ ମିଳେ ।

– ଏସବୁ ସହ ସକାଳ ଜଳଖିଆ ପେଟ ଭର୍ତ୍ତି କରନ୍ତୁ । ପେଟ ପୂରା ଖାଇଲେ ମନ ଶାନ୍ତି ରହୁଥିବାର ବିଶେଷଜ୍ଞଙ୍କ ମତ ।

Spread the love