ସକାଳ ୮ ପରେ ସ୍ନାନ କରୁଥିବା ଲୋକମାନେ ଏହାକୁ ଥରେ ନିଶ୍ଚିତ ଭାବରେ ପଢନ୍ତୁ !

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ କିଛି କଥା ଏପରି ହୋଇଥାଏ ଯାହା ଆମକୁ ବହୁତ ସାମାନ୍ୟ ଲାଗେ ଆମେ ସେହି କଥାକୁ ବାସ ଗୋଟିଏ ରୁଟିନ ଭାବିକି କରିଚାଲୁ କିନ୍ତୁ ତାହାର ପଛରେ ଥିବା ଶାସ୍ତ୍ରକୁ ବୁଝିବା ପାଇଁ ଚେଷ୍ଟା ମଧ୍ୟ କରି ନଥାଉ । ଯଦି ଭଲ ଭାବରେ ଦେଖିବା ତ ଆମର ପୂର୍ବଜମାନେ ଆମ ଉପରେ ଯେତିକି ସଂସ୍କାର କରିଛନ୍ତି ଯାହାର ଅଭ୍ୟାସ ଢାଳିଛନ୍ତି ସେସବୁ ଆମ ପାଇଁ ବହୁତ ଲାଭଦାୟକ ଅଟେ। ଗାଧୋଇବା ବି ଆମ ପାଇଁ ଏକ ସବୁଦିନିଆ କାମ ଏବଂ ଗାଧୋଇବା ଦ୍ୱାରା ଆମର ଶରୀରକୁ ବହୁତ ଫାଇଦା ମିଳିଥାଏ। ଶାସ୍ତ୍ର ଅନୁସାରେ ମଧ୍ୟ ଗାଧୋଇବା ବି ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ତମ କର୍ଯ୍ୟ ହୋଇଥାଏ। କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଗାଧୋଇବାର ଏକ ଠିକ ସମୟ ଏବଂ ତରିକା ଅଛି। ଆମେ ସମସ୍ତେ ଆମର ବିଚାର ଓ ସୁବିଧା ଅନୁସାରେ ଦିନରେ କେବେବି କୌଣସି ସମୟରେ ଗାଧୋଇଥାଉ। କିନ୍ତୁ ଆମର ଅଭ୍ୟାସ ବହୁତ ଭୁଲ ହୋଇଥାଏ। ଏଥିରେ ଫାଇଦା କମ ଏବଂ କ୍ଷତି ବହୁତ ଅଧିକା ହୋଇଥାଏ।

ଆମର ମହାନ ଶାସ୍ତ୍ର ମଧ୍ୟରୁ ଗରୁଡ଼ ପୁରାଣରେ ଆମର ଜୀବନର ପ୍ରତ୍ୟକ ଛୋଟ ବଡ଼ କଥାର ଉଲ୍ଲେଖ କରାଯାଇଛି ଏବଂ ଜୀବନ ମୃତ୍ୟୁ ତଥା ସ୍ୱର୍ଗ ନର୍କ ସହିତ ଧର୍ମ ବ୍ୟହାରିକ ଜ୍ଞାନ ସଂସ୍କାର ଆଚରଣ ବ୍ୟବହାର ଇତ୍ୟାଦି ଜିନିଷରେ ଇତ୍ୟାଦିରେ ମଧ୍ୟ ବହୁତ କିଛି କୁହାଯାଇଛି। ଆଜି ଆମେ ଜାଣିବା ଗରୁଡ଼ ପୁରାଣ ଅନୁସାରେ ଗାଧୋଇବା ପାଇଁ କେଉଁ ସମୟ ଉତ୍ତମ ହୋଇଥାଏ। ସ୍ନାନ କେତେ ପ୍ରକାରର ହୋଇଥାଏ ଏବଂ ଏହାର ଲାଭ କ୍ଷତି କଣ। ସର୍ବେପ୍ରଥମେ ଆମେ ଜାଣିବା ସ୍ନାନ କେତେ ପ୍ରକାରର। ଶାସ୍ତ୍ର ଅନୁସାରେ ବ୍ରହ୍ମ ସ୍ନାନ,ଦେବ ସ୍ନାନ, ଋଷି ସ୍ନାନ, ମାନବ ସ୍ନାନ ଏବଂ ଦାନବ ସ୍ନାନ। ଏହିସବୁ ସ୍ନାନ ମୁଖ୍ୟ ପ୍ରକାର ହୋଇଥାଏ। ଏହା ସମୟ ଅନୁସାରେ ବର୍ଗୀ କରଣ କରାଯାଇଛି। ଗରୁଡ଼ ପୁରାଣ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ କରାଯାଉଥିବା ସ୍ନାନକୁ ଶ୍ରେଷ୍ଠ ମାନାଯାଇଥାଏ। ବ୍ରହ୍ମ ମୁହୂର୍ତ୍ତ ବା ରାତ୍ରିର ଅନ୍ତିମ ପ୍ରହର ଏବଂ ସୂର୍ଯ୍ୟ ଉଦୟର ଠିକ ୧ଘଣ୍ଟା କିମ୍ବା ୨ ଘଣ୍ଟା ପୂର୍ବରୁ ସମୟ।

ସାଧାରଣତଃ ସକାଳ ୪ ରୁ ୫.୩୦ର ସମୟ। ଶାସ୍ତ୍ରର ଏହି ସମୟକୁ ଦିନର ସର୍ବଶ୍ରେଷ୍ଠ ସମୟ ମାନାଯାଏ। କାରଣ ଏହି ସମୟରେ ଅଦ୍ଭୁତ ଚମତ୍କାର ଉର୍ଜା ବ୍ୟାପ୍ତ ହୁଏ। କାରଣ ଏହି ସମୟ ଦେବତାଙ୍କର ସମୟ ହୋଇଥାଏ।ଏହି ସମୟରେ ଦେବତାଙ୍କର ସ୍ମରଣ କରି ବ୍ରହ୍ମ ମୁହୂର୍ତ୍ତରେ କରାଯାଉଥିବା ବ୍ରହ୍ମ ସ୍ନାନକୁ ସର୍ବଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ବା ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ଆମର ଜୀବନରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସେ। ଦିନସାରା ଆମର ଶରୀର ମନ ସାକାରାତ୍ମକ ଉର୍ଜାରେ ଭରପୁର ରହିଥାଏ।

ଦେବ ସ୍ନାନ। ସକାଳ ୫ ରୁ ୬ ଭିତରେ ହେଉଥିବା ସ୍ନାନକୁ ଦେବସ୍ନାନ କୁହାଯାଏ। ସବୁ ପବିତ୍ର ନଦୀର ସ୍ମରଣ କରି କରାଯାଉଥିବା ସ୍ନାନକୁ ଏବେ ମଧ୍ୟ ଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ଆମର ଶରୀରରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ।ଏବଂ ସବୁ ପ୍ରକାରର ନାକାରାତ୍ମକତା ଆମର ଶରୀରରୁ ବାହାରିଯାଏ। ଏହି ପ୍ରକାର ଦେବସ୍ନାନ କଲେ ଆମର ମନ ସହିତ ଶରୀର ମଧ୍ୟ ଶୁଦ୍ଧ ହୋଇଥାଏ।

ଋଷି ସ୍ନାନ। ସକାଳୁ ସକାଳୁ ଯେବେ ଆକାଶରେ ତାରା ନଜର ଆସେ ସେହି ସମୟରେ କରାଯାଉଥିବା ସ୍ନାନକୁ ଋଷି ସ୍ନାନ କୁହାଯାଏ।ଏହାକୁ ବି ଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ଆମକୁ ମାନସିକ ଶାନ୍ତି ମିଳିଥାଏ।

ମାନବ ସ୍ନାନ। ୬ ରୁ ୮ ଟା ସମୟ ଭିତରେ କରାଯାଉଥିବା ସକାଳ ସ୍ନାନକୁ ମାନବ ସ୍ନାନ କୁହାଯାଏ। ଏହି ସ୍ନାନ ସୂର୍ଯ୍ୟ ଉଦୟ ସମୟରେ ବା ସୂର୍ଯ୍ୟ ଉଦୟ ପରେ କରାଯାଇଥାଏ। ଏହି ସମୟରେ ସ୍ନାନ କରିବାକୁ ମଧ୍ୟ ଭଲ ମାନାଯାଏ।ଶରୀରରେ ଦିନସାରା ସକାରାତ୍ମକ ଉର୍ଜା ବ୍ୟାପ୍ତ ରହିଥାଏ। ଆମେ ଯେଉଁ କାମ କରିବାକୁ ମଧ୍ୟ ଉତ୍ସାହ ରହିଥାଏ।

ସକାଳ ୮ଟା ପରେ ଆମର ସ୍ନାନ କରିବା ଆମର ଶାସ୍ତ୍ରରେ ଠିକ ସମୟ ବୋଲି ମାନାଯାଏନାହିଁ।ଏହି ସମୟ ବାତାବରଣରେ ବ୍ୟାପ୍ତ ଦେବୀ ଶକ୍ତି କମ ହୋଇଯାଏ।ଏଥିପାଇଁ ମନୁଷ୍ୟର ଉତ୍ସାହର ଉର୍ଜା କମ ଦେଖାଯାଏ। ଯେଉଁଥି ପାଇଁ ସେ ଦିନସାରା ଆଳସ୍ୟ ଅନୁଭବ କରେ। ପୁରା ଦିନ ଶୋଇରହେ। ଏବଂ କୌଣସି କାମରେ ମନ ଲାଗେ ନାହିଁ। ଏଥିପାଇଁ ସକାଳ ୮ ଟା ପରେ କେବେ ସ୍ନାନ କରିବା ଉଚିତ ନୁହେଁ। ଯେଉଁ ମହିଳା ସକାଳ ୮ ଟା ପରେ ସ୍ନାନ କରନ୍ତି ତାଙ୍କ ଜୀବନରେ ସବୁବେଳେ ଦୁର୍ଭାଗ୍ୟ ବନିରହେ ଏବଂ ଘରେ ସୁଖ ସମୃଦ୍ଧି ଚାଲିଯାଏ।

Spread the love