ସତ କହିଲେ ଏଜେନ୍ସି ମୋ ପଛରେ ପଡୁଛନ୍ତି’ : କେନ୍ଦ୍ରକୁ ଟାର୍ଗେଟ୍ କଲେ ରାହୁଲ

ନୂଆଦିଲ୍ଲୀ ୦୫।୦୮ :  ଭାରତୀୟ ଜାତୀୟ କଂଗ୍ରେସ ଦରଦାମ ବୃଦ୍ଧି ଓ ମାନ୍ଦାବସ୍ଥାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଏହାକୁ ନେଇ ରାହୁଲ କହିଛନ୍ତି ଯେ, ଦେଶରେ ଗଣତନ୍ତ୍ର ନାହିଁ । କେବଳ ତାନାଶାହୀ ଚାଲିଛି । ସେମାନେ ଦରଦାମ୍ ବୃଦ୍ଧି ପ୍ରସଙ୍ଗ ଉଠାଇବେ । ସେମାନଙ୍କୁ ସଂସଦରେ କହିବାକୁ ଦିଆଯାଉ ନାହିଁ । ବାହାରେ ପ୍ରଦର୍ଶନ କଲେ ଗିରଫ କରାଯାଉଛି ।

ରାହୁଲ ଆହୁରି କହିଛନ୍ତି ଯେ, ଦେଶ ଗଢା ହେବାକୁ ୭ ଦଶକ ଲାଗିଥିଲା । ହେଲେ ବିଜେପି ୮ ବର୍ଷରେ ଏହାକୁ ଶେଷ କରିଦେଇଛି ।ବେରୋଜଗାରୀ, ହିଂସା ଓ ଦରଦାମ ଆଦି ପ୍ରସଙ୍ଗ ଉପରେ ବିଜେପି ଧ୍ୟାନ ଦେଉନାହିଁ । ସବୁଠୁ ବେଶୀ ବେକାରୀ ଭାରତରେ ଅଛନ୍ତି । ପେଟ୍ରୋଲ-ଡିଜେଲ ଓ ଗ୍ୟାସର ଦାମ୍ ବଢି ଚାଲିଛି । କିନ୍ତୁ ଅର୍ଥମନ୍ତ୍ରୀ ଦେଖୁନାହାଁନ୍ତି । କୌଣସି ଗାଁ କିମ୍ବା ସହରକୁ ଗଲେ ଲୋକେ ଦରଦାମ ବୃଦ୍ଧି ନେଇ ଅଭିଯୋଗ କରୁଛନ୍ତି । କିନ୍ତୁ ସରକାରଙ୍କୁ ଏହା ଦେଖାଯାଉନି । ସେ ସତ କହୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ତାଙ୍କ ପଛରେ ତଦନ୍ତକାରୀ ସଂସ୍ଥା ପଡିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ବେରୋଜଗାର ଓ ଦରଦାମ ବୃଦ୍ଧିକୁ ଡରୁଛନ୍ତି । ସେମାନେ ଜନତାଙ୍କୁ ଡରନ୍ତି । କାରଣ ସେମାନେ ଲଗାତର ମିଛ କହୁଛନ୍ତି । ଦେଶରେ ବେକାରୀ ନାହିଁ ବୋଲି ସରକାର ମିଛ କହୁଛନ୍ତି । ଚୀନ ଓ ଦରଦାମ ପ୍ରସଙ୍ଗରେ ମଧ୍ୟ ମିଛ କହି ଚାଲିଛନ୍ତି । ଏହାସହ ସେ ହିଟଲରଙ୍କ ଉଦାହରଣ ଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ।

ଇଡି କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇଲା କଂଗ୍ରେସ

କଂଗ୍ରେସ ସେହି ସମୟରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ଯେତେବେଳେ ଇଡି ନ୍ୟାଶନାଲ ହେରାଲ୍ଡ ମାମଲାକେ କାର୍ଯ୍ୟାନୁଷ୍ଠାନ ନେଇଛି ।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ପ୍ରସଙ୍ଗ ଉଠାଇଥିଲେ । ସଂସଦର କାର୍ଯ୍ୟକାଳ ବେଳେ ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଜେରା ନେଇ ସେ ପ୍ରଶ୍ନ କରିଥିଲେ ।

ରାଷ୍ଟ୍ରପତି ଭବନ ଯାଏଁ ଯାତ୍ରା

କଂଗ୍ରେସର ଏହି ଆନ୍ଦୋଳନ କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହୋଇଥିଲା । ନେତା, ସାଂସଦ ମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ମଧ୍ୟ ସମୟ ମାଗିଥିଲା । କିନ୍ତୁ ସମୟ ମିଳିନାହିଁ ।

Spread the love