ସମରେ କୋଭ୍ୟାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର, ୨୧/୧୧: କରୋନା ଟିକା କୁ ନେଇ ସମସ୍ତେ ଚିନ୍ତାରେ ଥିଲା ବେଳେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଓଡ଼ିଶାର ଇନଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‍ ହସ୍ପିଟାଲରେ ଆରମ୍ଭ ହୋଇଛି। ହସ୍ପିଟାଲର ପ୍ରିଭେଣ୍ଟିଭ ଆଣ୍ଡ ଥେରାପ୍ୟୁଟିକ୍‍ କ୍ଲିନିକାଲ ଟ୍ରାଏଲ ୟୁନିଟ୍‍ ଠାରେ ପ୍ରଥମ ଦିନ ଦୁଇଜଣ ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଛି ବୋଲି କୋଭାକ୍ସିନ ହ୍ୟୁମାନ ଟ୍ରାଏଲ୍ରି ପ୍ରିନ୍ସପାଲ ଇନଭେଷ୍ଟିଗେଟର ପ୍ରଫେସର ଇ. ଭେଙ୍କଟ ରାଓ କହିଛନ୍ତି।

ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗସ୍‍ ଷ୍ଟାଣ୍ଡାର୍ଡ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଅନୁମତି ମିଳିସାରିଛି। ଆଇଏମଏସ ଆଣ୍ଡ ସମ୍‍ ହସପିଟାଲକୁ ଏହି ପରୀକ୍ଷଣ ନିମନ୍ତେ ଓଡ଼ିଶାର ଏକମାତ୍ର କେନ୍ଦ୍ର ଭାବେ ଆଇସିଏମଆର ପକ୍ଷରୁ ମନୋନୀତ କରାଯାଇଛି। ପ୍ରଫେସର ରାଓ କହିଛନ୍ତି ଯେ ଏହି ଟିକାର ପ୍ରଥମ ପର‌୍ୟ୍ୟ୍ୟା ପରୀକ୍ଷଣ ଏହାର ନିରାପତ୍ତା ପ୍ରତି ଧ୍ୟାନ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ଏହାର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା

Spread the love