ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା, ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ଫିଟିଲା ବାଟ । ସମ୍ବଲପୁର ମହାନଗର ନିଗମ ନିର୍ବାଚନ ମାମଲାର ବିଚାର କରି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ମହାନଗର ନିଗମ ୱାର୍ଡ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶକୁ ଚାଲେଞ୍ଜ କରି ୨୦୧୫ରୁ ହୋଇଥିଲା ମାମଲା । କୋର୍ଟରେ ମାମଲା ଚାଲିଥିବାରୁ ମହାନଗର ନିଗମ ଗଠନ ସତ୍ତ୍ବେ ନିର୍ବାଚନ ହୋଇପାରିନଥିଲା । ଏବେ ମାମଲାରେ ପୂର୍ଣ୍ଣଛେଦ ପଡିବା ପରେ ନିର୍ବାଚନର ବାଟ ଫିଟିଛି ।
ମହାନଗର ନିଗମ ୱାର୍ଡ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ବିବାଦ ହୋଇଥିଲା । ଯାହାକୁ ବିରୋଧ କରି ହାଇକୋର୍ଟରେ ହୋଇଥିଲା ମାମଲା । ମାମଲାର ବିଚାର କରି ୬ ସପ୍ତାହ ମଧ୍ୟରେ ସାନି ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ରହିଛି । ସଂରକ୍ଷଣ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ୨୦୧୫ରେ ରୁଜୁ ମାମଲାରେ, ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ ।
