ସରିଲା ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା

ଦଶପଲ୍ଲା : ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ଅନ୍ତିମ ଦିବସରେ ରାମ – ରାବଣଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ ।  ନିଧନ ହୋଇଥିଲେ ରାବଣ ।  ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ପରେ ଫୁଟିଥିଲା ବିଭିନ୍ନ କିସମର ଆତସବାଜି ।

ଏହି ଅବସରରେ ୧୪ ଫୁଟ ଉଚ୍ଚର ହନୁମାନଙ୍କ ପ୍ରତିମୂର୍ତ୍ତିକୁ ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ,ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଅନାବରଣ କରାଯାଇଥିଲା ।

ଦଶପଲ୍ଲାର ଏହି ରାମଲୀଳା ଉତ୍ସବ ରାମନବମୀ ଠାରୁ ଆରମ୍ଭ ହୋଇ ୧୮ଦିନ ବ୍ୟାପି ଅନୁଷ୍ଠିତ ହେଉଥିଲେ ହେଁ ସୀତାହରଣ ଠାରୁ ଏଠାରେ ଦର୍ଶକଙ୍କ ଭିଡ଼ ଜମିଥାଏ ।

Spread the love

Leave a Reply

Your email address will not be published. Required fields are marked *