ସାଇକେଲରେ ଗ୍ୟାସ୍ ସିଲିଣ୍ଡର ଧରି ଭୋଟ ଦେବାକୁ ପହଞ୍ଚିଲେ କଂଗ୍ରେସ ବିଧାୟକ,

ଗାନ୍ଧୀନଗର, ୧/୧୨: ଗୁଜରାଟ ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ହେଲେ ଭୋଟ୍ ଗ୍ରହଣ ସମୟରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ। ଯେଉଁଠାରେ ଭୋଟ୍ ଦେବାକୁ ସାଇକେଲରେ ରୋଷେଇ ଗ୍ୟାସ୍ ଲଦି ଭୋଟ୍‌ଗ୍ରହଣ କେନ୍ଦ୍ରକୁ ବାହାରିଥିଲେ କଂଗ୍ରେସ ବିଧାୟକ। ଦରବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ କରିଥିଲେ ସ୍ଥାନୀୟ କଂଗ୍ରେସ ବିଧାୟକ ପରେଶ ଧନାନୀ1

କଂଗ୍ରେସ ଅମରେଲୀ ବିଧାୟକ ଏହି ସମୟରେ ବିଜେପିକୁ ସମାଲୋଚନା କରି କହିଥିଲେ ଯେ ବିଜେପି ସରକାରର ଅପାରଗତା ଯୋଗୁଁ ଗୁଜରାଟରେ ଗ୍ୟାସ ଏବଂ ଇନ୍ଧନ ଦର ଆକାଶଛୁଆଁ ହୋଇଛି, ଶିକ୍ଷା ଘରୋଇକରଣ ହୋଇଛି। କିନ୍ତୁ ଏବେ କ୍ଷମତା ପରିବର୍ତ୍ତନ ହେବ କଂଗ୍ରେସ ସତ୍ତାକୁ ଫେରିବ। ତାଙ୍କ ଦଳ ନିର୍ବାଚନ ଜିତିଲେ ଗ୍ୟାସ୍ ସିଲିଣ୍ଡରରେ ୫୦୦ ଟଙ୍କା ଛାଡ଼ କରିବା ନେଇ କହିଛନ୍ତି। ସେହିଭଳି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ ନିଯୁକ୍ତି, ଶସ୍ତା ରନ୍ଧନ ଗ୍ୟାସ, ଚାଷୀଙ୍କ ଋଣ ଛାଡ଼ ଏବଂ ରାଜ୍ୟର ଉଜ୍ବଳ ଭବିଷ୍ୟ ପାଇଁ କଂଗ୍ରେସକୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି।

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜରାଟର ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରକୁ ବିପୁଳ ମାତ୍ରାରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି।

Spread the love