ସାବତ ଆଈ ସୈତାନ

କେନ୍ଦୁଝର: ୨୦୧୮ ମସିହା ଯୋଡ଼ା ଥାନା ଅଞ୍ଚଳରେ ଘଟି ଯାଇଥିବା ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହାଦତ୍ତ ଅଲ୍ଲୀଙ୍କୁ ୩୦ ବର୍ଷ ଜେଲ ସହ ୩୦ ହଜାର ଜରିମନା ଏବଂ ଅନାଦେୟ ଅଧିକ ୩ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ୍ ଶୁଭଶ୍ରୀ ତ୍ରିପାଠୀ। କଣ୍ଟ୍ରାକ୍ଟର କଲୋନୀ ଯୋଡ଼ାରେ ରହୁଥିବା ପୀଡିତାଙ୍କ ସାବତ ଆଈ ଅମିତା କାରୁଆଙ୍କୁ କୋର୍ଟ ୩୦ ବର୍ଷ ଜେଲ ସହ ୨୦ହଜାର ଜରିମନା ଏବଂ ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦ ଜଣଙ୍କର ସାକ୍ଷ ଆଧାରରେ ଏହି ଦଣ୍ଡ ହୋଇଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ କୋର୍ଟ ଆଦେଶରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚଲାନା କରୁଥିଲେ ବୋଲି ଜଣା ପଡିଛି।

Spread the love