ସିଆରପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି: ସୀମାନ୍ତ  ଗତକାଲି ବାରସୁର ସିଆରପିଏଫ କ୍ୟାମ୍ପର କାର୍ଯ୍ୟରତ ଯବାନ ନିଜ ବନ୍ଧୁକରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ଜଣକ ଆସାମର ଗୁନିନ୍ ଦାସ ବୋଲି ଜଣାପଡିଛି। ଯବାନ ଜଣକ ସିଆରପିଏଫର ୧୯୫ ବାଟାଲିୟନର ନିଯୁକ୍ତ ପାଇଥିଲେ। ସେ ମାଓବାଦୀ ବିରୋଧୀ ଅପରେସନ ପାଇଁ ଦଣ୍ତେୱାଡାରେ ନିୟୋଜିତ ଥିଲେ।ସୂତ୍ରରୁ ପ୍ରକାଶ ଯେ ଗତକାଲି ଦାଶ ଛୁଟି ପରେ କ୍ୟାମ୍ପକୁ ଫେରିଥିଲ। ଡ୍ୟୁଟି ପାଇଁ ରିପୋର୍ଟ କରିବାର କିଛି ସମୟ ପରେ ଯବାନ ସର୍ଭିସ ରାଇଫଲ ସାହାଯ୍ୟରେ ଗୁଳି ଚଳାଇଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଧିକ ଗୁରୁତର ରହିଥିବାରୁ, ରାୟପୁର ରେଫର କରିଥିଲେ। କିନ୍ତୁ ଯବାନ ଜଣକ ରାସ୍ତାରେ ହିଁ ଆଖି ବୁଜିଥିଲେ।

Spread the love