ସିନ୍ଦୂର ପିନ୍ଧିବା ସମୟରେ କହି ଦିଅନ୍ତୁ ଏହି ମନ୍ତ୍ର ମିଳିବ ସୌଭାଗ୍ୟବତୀର ବରଦାନ

ସିନ୍ଦୂର ଏକ ପବିତ୍ର ଜିନିଷ ହୋଇଥାଏ।ଆମ ହିନ୍ଦୁ ଧର୍ମରେ ଜଣେ ନାରୀ ପାଇଁ ସିନ୍ଦୂରର ଭୂମିକା ସବୁଠାରୁ ଗୁରୁତପୂର୍ଣ୍ଣ ହୋଇଥାଏ। ବିବାହ କାର୍ଯ୍ୟରେ ସିନ୍ଦୂରକୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରା ଯାଇଅଛି। ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କ ସିନ୍ଦୂରରୁ ହିଁ ଜଣା ଯାଏ ଯେ ସେ ସଧବା ନାରୀ କି ନୁହଁ। ଏହି ସିନ୍ଦୁର ସ୍ୱାମୀର ଦୀର୍ଘାୟୁ କାମନା କରି ସଧବା ନାରୀମାନେ ପିନ୍ଧି ଥାଆନ୍ତି। କୁହାଯାଏ କି ଯେଉଁ ନାରୀ ଯେତେ ଲମ୍ବାର ସିନ୍ଦୁର ଲାଗନ୍ତି ତାଙ୍କ ସ୍ଵାମୀଙ୍କ ଆୟୁଷ ସେତେ ଲମ୍ବା ହୋଇଥାଏ। କୁହାଯାଇ ଥାଏ କି ପବନ ପୁତ୍ର ହନୁମାନ ତାଙ୍କ ମାତାଙ୍କୁ ପଚାରି ଥିଲେ ମା ତମେ କାହିଁକି ମଥାରେ ସିନ୍ଦୂର ଲଗାଉଛ, ଉତ୍ତର ରେ ହନୁମାନଙ୍କ ମାତା କହିଥିଲେ ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ସେ ମଥାରେ ସିନ୍ଦୂର ପିନ୍ଧୁ ଛନ୍ତି। ଯିଏ ଯେତେ ଅଧିକ ସିନ୍ଦୂର ପିନ୍ଧିଥାଏ ତା ସ୍ବାମୀର ସେତେ ଅଧିକ ଆୟୁଷ ବୃଦ୍ଧି ହୋଇଥାଏ। ଏହା ପରେ ହନୁମାନ ତାଙ୍କ ମାତାଙ୍କ କଥାରେ ପ୍ରଭାବିତ ହୋଇଥିଲେ। ହନୁମାନ ତାଙ୍କ ସମ୍ପୁର୍ଣ୍ଣ ଶରୀରରେ ସିନ୍ଦୂର ବୋଳି ହୋଇଥିଲେ। କାହିଁକି ନା ହନୁମାନ ପ୍ରଭୁ ରାମଚନ୍ଦ୍ରଙ୍କୁ ନିଜର ସ୍ବାମୀ ବୋଲି ଭାବିଥନ୍ତି। ଏବେବି ମଧ୍ୟ ହନୁମାନଙ୍କୁ ସିନ୍ଦୂରର ଅଭିଷେକ କରାଯାଇଥାଏ।

ତେବେ ଆଜି ଆମେ ଆପଣ ମାନଙ୍କୁ ବିଧି ବିଧାନ ଅନୁଯାୟୀ ସିନ୍ଦୂର ଲଗାଇବାର କିଛି ସଠିକ୍ ନିୟମ ବାବଦରେ ଜାଣିବା:-

ପ୍ରତ୍ୟେକ ନାରୀମାନେ ସିନ୍ଦୂରକୁ ସିନ୍ଥିର ମଧ୍ୟ ଭାଗରେ ଲଗାଇବା ଉଚିତ୍ ହୋଇ ଥାଏ। ଏହା ଦ୍ୱାରା ସ୍ବାମୀ ଦୀର୍ଘାୟୁ ହୋଇଥାନ୍ତି ଏବଂ ଏଥି ସହିତ ସ୍ବାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ଖୁବ୍ ମଜବୁତ୍ ହୋଇଥାଏ।କିଛି ମହିଳା ସିନ୍ଦୂରକୁ ସିନ୍ଥି ମଝିରେ ନ ଲଗାଇ ଟିକିଏ ସାଇଡ୍ ରେ ଲଗାଇ ଥାଆନ୍ତି ଏବଂ ସିନ୍ଦୂରକୁ ନିଜ କେଶ ମଧ୍ୟରେ ଲୁଚେଇ ରଖି ଥାଆନ୍ତି ଯାହା ଉଚିତ୍ ହୋଇ ନଥାଏ। ଏମାନଙ୍କ ସ୍ବାମୀ ମାନଙ୍କର ସମାଜରେ ବହୁତ ମାନ ସମ୍ମାନ ହାନି ହୋଇଥାଏ। ସ୍ବାମୀ ଓ ସ୍ତ୍ରୀଙ୍କ ମଝିରେ ତିକ୍ତତା ବୃଦ୍ଧି ପାଇଥାଏ। ସେମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହେବା ସହ ସର୍ବଦା ଝଗଡା ଲାଗି ରହିଥାଏ।  ସିନ୍ଦୂର ବହୁତ ପବିତ୍ର ହୋଇଥାଏ ସେଥି ପାଇଁ ଅପବିତ୍ର ଦିନରେ ସିନ୍ଦୂର ପିନ୍ଧିବା ଠିକ୍ ହୋଇନଥାଏ। ଯେମିତି କି ମହିଳା ମାନଙ୍କ ପିରିୟଡ଼ ଚାଲିଥିବା ସମୟରେ ସିନ୍ଦୂର ପିନ୍ଧିବା ଉଚିତ୍ ହୋଇନଥାଏ ଏବଂ ପିଲା ଜନ୍ମ କରିବାର ୧୨ ଦିନ ପର୍ଯ୍ୟନ୍ତ ସିନ୍ଦୂର ପିନ୍ଧିବା ଉଚିତ୍ ହୋଇ ନଥାଏ। ଘରେ ଠାକୁର ପୂଜା କରୁଥିବା ମହିଳାମାନେ ପୂଜା ପୂର୍ବରୁ କିମ୍ବା ପରେ ସିନ୍ଦୂର ଲଗାଇ ପାରିବେ କିନ୍ତୁ ଓଷା ବ୍ରତ ଆଦି ସମୟରେ ସଜବାଜ ହୋଇ ସିନ୍ଦୂର ଲଗାଇ ପୂଜା କରିବା ଉଚିତ୍। ଏଥି ସହିତ ଠାକୁରଙ୍କ ନାରେ ଉଦ୍ଦିଷ୍ଟ ସିନ୍ଦୂର ନ ଲଗାଇ ଅଲଗା ସିନ୍ଦୂର ଲଗାଇବା ଉଚିତ୍ ହୋଇ ଥାଏ। ସିନ୍ଦୂର ପିନ୍ଧିବା ସମୟରେ ନାକ ଉପରେ ଝଡି ପଡ଼ିବା ଏବଂ ହାତରେ ପିନ୍ଧିଥିବା ଶଙ୍ଖାରେ ସିନ୍ଦୂର ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।

Spread the love