ସୁଟିଂରେ ଭାରତକୁ ମିଳିଲା ସ୍ୱର୍ଣ୍ଣ, ସିଂରାଜ ହାତେଇଲେ ରୋପ୍ୟ

ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ହାତେଇଛି। ଏଥର ସୁଟିଂରେ ସ୍ୱର୍ଣ୍ଣ  ମିଳିଛି ଏବଂ ଏହାକୁ ଜିତିଛନ୍ତି ୧୯ ବର୍ଷୀୟ ସୁଟର ମନୀଷ ନରୱାଲ। ସୂଚନା ଅନୁଯାୟୀ, ପୁରୁଷ ମିକ୍ସଡ୍ ୫୦ ମିଟର ପିସ୍ତଲ ଇଭେଣ୍ଟରେ ମନୀଷ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୀଷ ଫାଇନାଲରେ ୨୧୮ ଦଶମିକ ୨ ସ୍କୋର କରି ବାଜି ମାରିନେଇଛନ୍ତି । ଏହି ସମାନ ଇଭେଣ୍ଟରେ ରୋପ୍ୟ ପଦକ ମଧ୍ୟ ଭାରତ ହାତେଇଛି। ଏହି ମେଡାଲକୁ ହାତେଇଛନ୍ତି ସିଘଂରାଜ ଅଧାନା। ମନୀଷ ଏବଂ ସିଂରାଜଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଏକ ଜବରଦସ୍ତ ଲଢେଇ ହୋଇଥିଲା, ଯେଉଁଥିରେ ୧୯ ବର୍ଷୀୟ ଭାରତୀୟ ସୁଟର  ମନୀଷ ନରୱାଲ ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

ମ୍ୟାଚ୍‌ରେ ମନୀଷ ନରୱାଲଙ୍କ ପ୍ରାରମ୍ଭ ମନ୍ଥର ଗତିରେ ହୋଇଥିଲା। କିନ୍ତୁ ଏହା ପରେ ସେ ପୂରାପୂରି ଫର୍ମ ଆସିଯାଇଥିଲେ । ଆଉ ନିଜର ତୀକ୍ଷ୍ନ ଲକ୍ଷ୍ୟ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ୩୯ ବର୍ଷିୟ ସୁଟର ସିଘଂରାଜ ଆରମ୍ଭରୁ ହିଁ ଟପ୍ ୩ରେ ସ୍ଥାନ ପାଇଥିଲେ। ସେହିପରି ସିଙ୍ଗରାଜ ୨୧୬ ଦଶମିକ ୭ ସ୍କୋର କରି ଦ୍ବୀତିୟ ସ୍ଥାନରେ ରହି ରୌପ୍ୟ ମେଡାଲ ନିଜ ନାମରେ କରିପାରିଛନ୍ତି। ଏହି ୨ଟି ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଦେଶ ନାଁରେ ୩ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ, ୫ଟି ବ୍ରୋଞ୍ଜ ପଦକ ରହିଛି ।

Spread the love