ସୁନ୍ଦର ଉପତ୍ୟକାର ଭିଡିଓ କରୁଥିବା ବେଳେ ପର୍ଯ୍ୟଟକଙ୍କ କ୍ୟାମେରାରେ ରେକର୍ଡିଂ ହୋଇଥିଲା ଆତଙ୍କବାଦୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଗୁଡ଼ିକରେ ପର୍ଯ୍ୟଟକମାନଙ୍କ କରୁଣ ଚିତ୍କାର, ଦଳାଚକଟା ଏବଂ ଗୁଳି ଫୁଟିବାର ଭୟାବହ ଶବ୍ଦ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି। ଏକ ଭାଇରାଲ ଭିଡିଓରେ, ଜଣେ ପର୍ଯ୍ୟଟକ ପହଲଗାମର ପ୍ରସିଦ୍ଧ ବୈସାରନର ସୁନ୍ଦର ଉପତ୍ୟକାର ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ସେ ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ପାଇଥିଲେ। କ’ଣ ହେଉଛି କିଛି ବୁଝି ନପାରି ବ୍ୟକ୍ତି ଜଣକ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିବା ଦେଖିବାକୁ ମିଳୁଛି। ପରବର୍ତ୍ତୀ ଭିଡିଓରେ ଉକ୍ତ ବ୍ୟକ୍ତି ଜଣକ ଭୟଭୀତ ହୋଇ କହୁଛନ୍ତି, “ଏଠାରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି।”

ଅନ୍ୟ ଏକ ଭିଡିଓରେ, ଜଣେ ମହିଳା ପର୍ଯ୍ୟଟକ ଏହି ଆତଙ୍କବାେଦୀ ଆକ୍ରମଣକୁ ନେଇ କହୁଛନ୍ତି, ‘ “ଆମେ ଭେଲପୁରୀ ଖାଉଥିଲୁ, ହଠାତ୍ ଜଣେ ବ୍ୟକ୍ତି ଆସି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏସବୁ କ’ଣ ହେଉଛି ହଠାତ ଆମେ କିଛି ବୁଝି ପାରି ନଥିଲୁ।’

Spread the love

Leave a Reply

Your email address will not be published. Required fields are marked *