ସୁପାରି ଦେଇ ଆକ୍ରମଣ ମାମଲା, ବିଜେପି କର୍ପୋରେଟର ପ୍ରାର୍ଥୀ ଗିରଫ

ଭୁବନେଶ୍ୱର : ପୁର୍ବ ଶତୃତା ରାଗ ସୁଝାଇବାକୁ ସୁପାରି ଦେଇ ଆକ୍ରମଣ । ବିଜେପି କର୍ପୋରେଟର ପ୍ରାର୍ଥି ଗିରଫ। ଭୁବନେଶ୍ୱର ୪୫ନମ୍ବର‌ ଓ୍ବାର୍ଡର ପ୍ରଶାନ୍ତ ନାୟକ ଓରଫ ବନି ଗିରଫ । ସୁପାରି ଦେଇଥିବା ଚାରି ଅଭିଯୁକ୍ତ ମଧ୍ୟ ଗିରଫ । ଯେଉଁମାନଙ୍କୁ ଟଙ୍କା ଦେଇ ଲକ୍ଷ୍ମିସାଗର କେନାଲ ରୋଡରେ ଅଭିଯୋଗ କାରିକୁ ଆକ୍ରମଣ ସହ ତାର ସୁନା ଚେନ ଓ ମୋବାଇଲ ଛଡାଇନେଇଥାଲେ । ଏହି ଘଟଣାରେ ପୋଲିସ ତଦନ୍ତ ବେଳେ ପ୍ରଥମେ ଛିନତାଇ ମାମଲା ରୁଜୁ କରିଥିଲା । ପରେ ତଦନ୍ତ ବେଳେ ଜଣାପଡ଼ିଥିଲା ପୁର୍ବ ରାଗ ସୁଝାଇବାକୁ ଏଭଳି ବନି ଅପରାଧି ଲଗାଇ ଏଭରି କାରନାମା ଘଟାଇଛନ୍ତି । ପରେ ବଡଗଡ ଥାନା ପୋଲିସ ୬୫/୨୬କେସ ଆଧାରରେ ଗିରଫ କରିଛି। ଛିନତାଇ ,ମରନ୍ତକ ଆକ୍ରମଣ ଓ ଷଡ଼ଯନ୍ତ୍ର ଭଳି ମାମାଲାରେ କୋର୍ଟ ଚାଲାଣ କରିଛି । ଯିଏକି ଜଣେ ନେତା ହୋଇ ଏଭଳି ଅପରାଧିକ ଷଡ଼ଯନ୍ତ୍ର କରୁଥିଲେ । ତାଙ୍କ ନାଁରେ ଅନେକ ଥାନାରେ କେସ ରହିଛି ବୋଲି କହିଛନ୍ତି ଇତିଶ ପ୍ରଧାନ ।

Spread the love