ସୁବର୍ଣ୍ଣରେଖା ନଦୀରୁ ବଢ଼ୁଛି ବାଲି ଚୋରି, ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଂସଦଙ୍କ ନିର୍ଦ୍ଦେଶ

ଜଳେଶ୍ବର: ରାଜ୍ୟରେ ବାଲି ଚୋରି ଅଣାୟତ୍ତ । ସାରା ରାଜ୍ୟରେ ସୀମା ଟପିଛି ବାଲି ଚୋରା ଚାଲାଣ । ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଅଭିଯୋଗ । ସୁବର୍ଣ୍ଣରେଖା ନଦୀରୁ ବଢ଼ୁଛି ବାଲି ଚୋରି । ବେଆଇନ ବାଲି ଚୋରି ରୋକିବା ସହ ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ଭୋଗରାଇର ସୁବର୍ଣ୍ଣରେଖା ନଦୀପଠାକୁ ନିଜେ ସାଂସଦ ଅଚାନକ ଗସ୍ତରେ ଯାଇ ବାଲି ଚୋରା ଚାଲାଣ ହେଉଥିବା ଦେଖିଥିଲେ। ଅତିରିକ୍ତ ତହସିଲଦାରଙ୍କ ସମେତ ଆରଆଇଙ୍କୁ ଘଟଣାସ୍ଥଳରେ କଡା ତାଗିଦ କରିଥିଲେ । ତୁରନ୍ତ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲେ । ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ଛଅ ଛଅ ଥର ବନ୍ୟା ଆସିବା ପରେ ଏକ କିଲୋମିଟରରୁ ଅଧିକ ନଦୀ ବନ୍ଧ ଧୋଇ ହୋଇ ଯାଇଛି । ଫଳରେ ନଈକୂଳିଆ ଗାଁ ଏବେ ବିପଦରେ ଅଛନ୍ତି ।

Spread the love