ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ନେଲେ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଷ୍ଣୁପଦ ସେଠୀ   । ଆଜି ନିଜର ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ନିର୍ଦେଶକ କୃପାସିନ୍ଧୁ ମିଶ୍ର ଓ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠିଙ୍କ ସହ ଆଲୋଚନା କରିଛନ୍ତି  ।

ବରିଷ୍ଠ ଆଇଏଏସ ତଥା ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଥିଲେ ବିଷ୍ନୁପଦ ସେଠୀ   । ଆଜି  ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

Spread the love