ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଲୱା : ୩ କୋଟି ଟପିଲା ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ସବସ୍କ୍ରାଇବର, ଇନଷ୍ଟାଗ୍ରାମରେ ୧୦ କୋଟି

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଲୱା ।  ୩ କୋଟି ଟପିଲା ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା। ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ଭାବେ ନିଜର ଦବଦବା ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ ରାଜନୀତି ମଇଦାନ ନୁହେଁ ଡିଜିଟାଲ ଦୁନିଆରେ ବି ନିଜ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଦେଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା ଏବେ ୩୦ ମିଲିୟନ ବା ୩ କୋଟି ଅତିକ୍ରମ କରିଛି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ବିଶ୍ୱର ପ୍ରଥମ ତଥା ଏକମାତ୍ର ରାଜନୈତିକ ବ୍ୟକ୍ତି ପାଲଟିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ମୋଦିଙ୍କ ସବସ୍କ୍ରାଇବର ସଂଖ୍ୟା ୭ ଗୁଣରୁ ଅଧିକ ରହିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଅନ୍ୟ ନେତାମାନଙ୍କୁ ଲୋକପ୍ରିୟତାରେ ପଛରେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଗତ ମାସରେ ଇନଷ୍ଟାଗ୍ରାମରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋଅର୍ସ ସଂଖ୍ୟା ୧୦ କୋଟି ବା ୧୦୦ ମିଲିୟନ ଅତିକ୍ରମ କରି ରେକର୍ଡ କରିଥିଲା ।

Spread the love