ସୌନ୍ଦର୍ଯ୍ୟ ପାଇଁ ଗୋଲମରିଚ : ଜାଣନ୍ତୁ କିପରି କରିବେ ବ୍ୟବହାର
ଗୋଲମରିଚ କେବଳ ମସଲା ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଯାହା ଆମ ଶରୀର ପାଇଁ ଅନେକ ହିତକର ହୋଇଥାଏ । ଏଥିରେ ଥିବା ପିପରିନ୍ ନାମକ ତତ୍ବ ଏହାର ସ୍ବାଦ ବଢାଇଥାଏ । ଗୋଲମରିଚରେ ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ, ମାଙ୍ଗାନିଜ୍, ଜିଂକ୍, କ୍ରୋମିୟମ୍, ଭିଟାମିନ୍ ଏ ଓ ସି ଭଳି ପୋଷକ ତତ୍ବ ରହିଛି । କ’ଣ ଆପଣଙ୍କୁ ଜଣା ଅଛି କି ଗୋଲମରିଚ ବ୍ୟବହାର ଖାଲି ଖାଇବା ନୁହେଁ ସ୍ବସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଦରକାର ହୋଇଥାଏ ।
ଏଥିରେ ବହୁତ ଗୁଣ ଭରି ରହିଛି ଯାହା ଆପଣଙ୍କର ସୌନ୍ଦର୍ଯ୍ୟକୁ ବଢାଇବାରେ କାମରେ ଆସିଥାଏ । ଏଥି ସହ ଏହାକୁ ଅଲଗା ଅଲଗା ପ୍ରାକୃତିକ ଜିନିଷ ସହ ମିଶ୍ରଣ କରି ବ୍ୟବହାର କରିବା ଦ୍ବାରା ବ୍ଲାକ ହେଡ୍, ବ୍ରଣ, ଡାର୍କ ସ୍ପଟ୍ ଆଦି ସମସ୍ୟାରୁ ରକ୍ଷା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ ।
ଦହି ସହ ଗୋଲମରିଚର ବ୍ୟବହାର :
ଗୋଲମରିଚ ପାଉଡର ସହ ଅଳ୍ପ କିଛି ଦହି ମିଶାଇ ଫେସପ୍ୟାକ୍ ତିଆରି କରନ୍ତୁ ଏବଂ ହାଲକା ଭାବେ ହାତରେ ନେଇ ୨ରୁ୩ ମିନିଟ୍ ମୁହଁରେ ଧିରେ ଧିରେ ମସାଜ୍ କରନ୍ତୁ । ଏହାପରେ ୧୦ ମିନିଟ୍ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଶୁଖି ଯିବା ପରେ ଉଷୁମ ପାଣିରେ ମୁହଁ ଧୋଇନିଅନ୍ତୁ । ଏହା କରିବା ଦ୍ବାରା ମୃତ କୋଷ ସଫା ହେବା ସହ ତ୍ବଚା ନରମ୍ ହୋଇଥାଏ ।
ମହୁ ସହ ଗୋଲମରିଚର ବ୍ୟବହାର :
ଅଧା ଚାମଚ୍ ମହୁ ସହ ଗୋଲମରିଚ ପାଉଡରକୁ ଏକାଠି ମିଶାନ୍ତୁ ଏହାପରେ ମୁହଁରେ ହାଲୁକା ଭାବେ ଲଗାନ୍ତୁ । ଅଧ ଘଣ୍ଟା ପରେ ଉଷୁମ୍ ପାଣିରେ ପରିଷ୍କାର କରି ମୁହଁକୁ ଧୋଇ ନିଅନ୍ତୁ ଏହା କରିବା ଦ୍ବାରା ତ୍ବଚାରେ ସଙ୍ଗେ ସଙ୍ଗେ ଚମକ ଆସିଥାଏ ।
ହଳଦୀ ସହ ଗୋଲମରିଚ :
ହଳଦୀ ଓ ଗୋଲମରିଚ ମିଶ୍ରଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଇନଫ୍ଲାମାଟୋରି ଗୁଣ ରହିଥାଏ ଯାହା ଫଳରେ ଏହାକୁ ବ୍ୟବହାର କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥି ସହ ଜାଣିରଖନ୍ତୁ ଯେ, ଏକ ଚାମଚ୍ ହଳଦୀ ପାଉଡର, ଏକ ଚିମୁଟା ଗୋଲମରିଚ ପାଉଡର ସହ ୨ ଚାମଚ୍ ଗୋଲାପ ଜଳ ମିଶାଇ ଫେସପ୍ୟାକ୍ ତିଆରି କରନ୍ତୁ । ଏହାକୁ ତ୍ବଚାରେ ୧୦ ମିନିଟ ଯାଏଁ ଲଗାଇ ରଖନ୍ତୁ ଏହା ପରେ ହାଲୁକା ଉଷୁମ ପାଣିରେ ମୁହଁକୁ ଧୋଇ ନିଅନ୍ତୁ ।
ଲୋସନ୍ ପ୍ୟାକ୍ ସହ ଗୋଲମରିଚର ତେଲ :
ଯଦି ଆପଣଙ୍କ ତ୍ବଚାର କିଛି ଅଂଶ ସଫା ଆଉ କିଛି କଳା ହେଉଛି ତାହାଲେ ଗୋଲମରିଚ ତେଲ ସହ ଲୋସନ୍ ପ୍ୟାକ୍ ଏକାଠି କରି ସେହି ଅଂଶରେ ଲଗାନ୍ତୁ । ଏହି ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ୧୦୦ମି.ଲି ବଡ କ୍ରିମ୍ ବା ଲୋସନ୍ ସହ ୩ ବୁନ୍ଦା ଗୋଲମରିଚ ତେଲ ଏକାଠି କରନ୍ତୁ ।
କ୍ଷୀର ସହ ଗୋଲମରିଚ :
ତ୍ବଚାର କ୍ଲିଜିଙ୍ଗ ପାଇଁ କ୍ଷୀର ଓ ଗୋଲମରିଚ ଅନେକ ଲାଭଦାୟକ ଅଟେ । ଏହା ଦ୍ବାରା ତ୍ବଚା ରୁଖ୍ୟବି ହୋଇ ନଥାଏ । ଅଳ୍ପ କ୍ଷୀରରେ ଗୋଲମରିଚ ପାଉଡର ମିଶାଇ ମୁହଁରେ କିଛି ସମୟ ଘସନ୍ତୁ ଏବଂ ୧୦ ମିନିଟ୍ ପରେ ହାଲକା ଉଷୁମ୍ ପାଣିରେ ଧୋଇନିଅନ୍ତୁ ।
ଓଟମିଲ୍ ସହ ଗୋଲମରିଚ :
ଓଟମିଲରେ ଏକ୍ସଫ୍ଲୋଏଟ୍ ଗୁଣ ରହିଥାଏ ଏବଂ ଗୋଲମରିଚ ପାଉଡରରେ ମୃତ କୋଷ ସଫା କରିବାର ଗୁଣ ରହିଥାଏ । ଏଥିପାଇଁ ୧/୪ ଚାମଚ୍ ଗୋଲମରିଚ ପାଉଡର୍, ୧ ଚାମଚ୍ ଓଟମିଲ୍ ଓ ଏହା ସହ ପାଣି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ।
ଆଲୋବେରା ଜେଲ୍ ସହ ଗୋଲମରିଚ :
ତ୍ବଚାକୁ ଅଧିକ ମାତ୍ରାରେ ସୁନ୍ଦର କରିବା ପାଇଁ ୧ ଚାମଚ୍ ଆଲୋବେରା ଜେଲ୍ ସହ ଚିମୁଟାଏ ଗୋଲମରିଚ ପାଉଡର୍ ପେଷ୍ଟ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇ ନିଅନ୍ତୁ । ଏହାପରେ ଦେଖିବେ ଆପଣଙ୍କ ତ୍ବଚା ଦିନକୁ ଦିନ ଗ୍ଲୋ କରିବାକୁ ଲାଗିବ ।