ସ୍କୁଲ, ଷ୍ଟାଡିୟମ, ପାର୍କ ଓ ଜିମ୍ ସମେତ ଅନେକ ସ୍ଥାନରେ ଲାଗିଲା କଟକଣା, ଜାଣନ୍ତୁ ଆଉ କଣ କଣ ରହିବ ବନ୍ଦ

ରାଞ୍ଚି ୦୩/୦୨ : କରୋନା ମହାମାରୀର ପ୍ରକୋପ ଲଗାତାର ବଢ଼ୁଥିବା ଦେଖି ଝାଡ଼ଖଣ୍ଡରେ କଡ଼ାକଡ଼ି ଭାବେ କରୋନା କଟକଣା ଲଗାଯାଇଛି। ରାଞ୍ଚିରେ ସମସ୍ତ ଷ୍ଟାଡିୟମ, ପାର୍କ, ଜିମ ସେଣ୍ଟର, ସ୍ୱିମିଙ୍ଗ ପୁଲ, ପର୍ଯ୍ୟଟନ ସ୍ଥଳୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବା ସହ ୫୦ ପ୍ରତିଶତ କ୍ଷମତା ସହିତ ସମସ୍ତ ସରକାରୀ କାର୍ଯ୍ୟ କରିବାକୁ ଅନୁମତି ମିଳିବ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡ ମନ୍ତ୍ରଣାଳୟରେ କୋଭିଡ-୧୯କୁ ଦୃଷ୍ଟିରେ ରଖି କଟକଣା ଓ କୋହଳ ସମ୍ବନ୍ଧୀୟ ଏକ ବୈଠକ ସୋମବାର ଆୟୋଜନ କରାଯାଇଥିଲା। ଝାଡ଼ଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି। ନିର୍ଣ୍ଣୟ ଅନୁଯାୟୀ ୨୦୨୨ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯିବ। ସେ ଆହୁରି କହିଛନ୍ତି ପରିସ୍ଥିତିକୁ ଦୃଷ୍ଟି ଦେଇ ସମସ୍ତ ଜିଲ୍ଲାକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


ଲାଗୁ ହୋଇଥିବା ନୂଆ ନିୟମ :~

ରେଷ୍ଟୁରାଣ୍ଟ, ବାର, ଓ ଔଷଧ ଦୋକାନ ସାଧାରଣ ସମୟରେ ବନ୍ଦ ହେବ ଏବଂ ବାକି ସମସ୍ତ ଦୋକାନ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ।

*ଆଉଟଡୋର କାର୍ଯ୍ୟକ୍ରମ ଆୟୋଜନରେ ସର୍ବାଧିକ ୧୦୦ ଲୋକ ରୁଣ୍ଡ ହୋଇ ପାରିବେ।

*ସରକାରୀ ବା ଘରୋଇ କାର୍ଯ୍ୟାଳୟରେ ୫୦ପ୍ରତିଶତ କର୍ମଚାରୀଙ୍କ ସହିତ ଖୋଲା ରହିବ।

*ବାୟୋମେଟ୍ରିକ ଅପଡେଟରେ ପ୍ରତିବନ୍ଧକ ଲାଗିବ।

Spread the love