ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

ପତ୍ନୀ ହନ୍ତା । ଶୋଇଥିବା ବେଳେ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଦଗଦା ସାହିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଭାମାଇ ମୁଣ୍ଡା । ଅଭିଯୁକ୍ତ ସ୍ୱାମୀ ମଙ୍ଗଲ ମୁଣ୍ଡାକୁ ଗିରଫ କରିଛି ପୋଲିସ । ଗତକାଲି ରାତିରେ କୌଣସି କାରଣକୁ ନେଇ ଘରେ ବସଚା ହୋଇଥିଲା ।

ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ଭାମାଇଙ୍କୁ ହତ୍ୟା କରିଥିଲା ମଙ୍ଗଲ ମୁଣ୍ଡା । ଆଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ମୃତଦେହ ପାଇଥିଲେ । ସେମାନଙ୍କର ତିନି ଜଣ ପିଲା ଅଛନ୍ତି । ମାଆଙ୍କ ମୃତ୍ୟୁ ଓ ବାପା ଗିରଫ ପରେ ସେମାନେ ଅସହାୟ ହୋଇ ପଡିଛନ୍ତି ।
Spread the love