ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଅନବସର ଘରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ । ଗତକାଲି ବିଳମ୍ବିତ ରାତିରେ ଅନବସର ଘରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜ୍ବର ପୀଡାରୁ ଉପଶମ ପାଇଁ ପଥି, ପାଚନ, ଔଷଧ ଦେଇ ସେବାରେ ଲାଗିଛନ୍ତି ଦଇତାପତି ସେବକ। ଆଜିଠୁ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ । ଗତକାଲି ପଟିଦିଅଁଙ୍କୁ ଚିତ୍ରକର ସେବକ ପ୍ରସ୍ତୁତି ସାରି ପୂଜା କରିବା ପରେ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ବରୀ ଓ ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅଁ ପୂଜା ପାଉଛନ୍ତି। ଶ୍ରୀନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା ଭୁବନେଶ୍ବରୀଙ୍କ ସମ୍ମୁଖରେ ଭୁଦେବୀ ଓ ଶ୍ରଦେବୀ ଏବଂ ଶ୍ରୀଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ ହୋଇଛନ୍ତି। ୧୦୮ ଗରାରେ ସ୍ନାନ ପରେ ଜ୍ବରରେ ପିଡ଼ୀତ ମହାପ୍ରଭୁ।

Spread the love