ସ୍ଵାମୀ-ସ୍ତ୍ରୀଙ୍କ କେଉଁ ଭୁଲ, ସେମାନଙ୍କୁ କରିଥାଏ ଲକ୍ଷ୍ମୀଛଡା

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଛୋଟ ପିଲା ମାନଙ୍କୁ ତାଙ୍କ ବାପା ମା ସବୁ କିଛି ଶିକ୍ଷା ଦେଇଥାନ୍ତି । ଯେମିତିକି କେମିତି ବସିବା, ଖାଇବା, କାହା ପ୍ରତି କେମିତି ବ୍ୟବହାର ଦେଖାଇବା ଇତ୍ୟାଦି । ଶାସ୍ତ୍ର, ପୁରାଣ ଓ ବେଦରେ ଅନେକ ପ୍ରକାରର ନୀତି ନିୟମ ରହିଛି ଯାହା ଇଶ୍ଵର ମନୁଷ୍ୟ ପାଇଁ ଲେଖିଛନ୍ତି । ଗରୁଡ ପୂରଣ ଅନୁସାରେ ଏମିତି କିଛି ନିୟମ ରହିଛି ଯାହା ଦ୍ଵାରା ଜଣା ପଡିବ କି ସ୍ଵାମୀ ସ୍ତ୍ରୀ କେଉଁ କେଉଁ କାମ କରିଲେ ଲକ୍ଷ୍ମୀଛଡା ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଦିନ ସମୟରେ ସ୍ଵାମୀ ସ୍ତ୍ରୀ ସହବାସ କରନ୍ତି ତେବେ ଲକ୍ଷ୍ମୀ ଘରେ ରୁହନ୍ତି ନାହି । ଏହା ସହ ଅଳ୍ପ ଦିନରେ ଆୟୁଷ କମ ହେବା ସହ ମୃତ୍ୟୁ ପରେ ନର୍କ ଦଣ୍ଡ ଭୋଗ କରନ୍ତି । ତେଣୁ ମହା ବିଶୁଣୁ ପୁରାଣରେ ସ୍ଵାମୀ ସ୍ତ୍ରୀ ଦିନରେ ସମ୍ପର୍କ ରଖିବା ଉଚିତ ନୁହେଁ । ଯେଉଁମାନେ ନବ ବିବାହିତା ସେମାନଙ୍କ ପାଇଁ ଏହି ନିୟମ ବିଷୟରେ ଜାଣିବା ନିହାତି ଜରୁରି ଅଟେ ।

୨- ଯଦି କୌଣସି ସ୍ଵାମୀ ସ୍ତ୍ରୀ ନଦୀ ବା ପାଣି ମଧ୍ୟରେ ସହବାସ ରଖିଥାନ୍ତି ତାହା ଦ୍ଵାରା ଅମଙ୍ଗଳ ହୋଇଥାନ୍ତି । ଯଦି ଏପରି କରିବା ଦ୍ଵାରା ସନ୍ତାନ ଜନ୍ମ ହୋଇଥାଏ ତେବେ ତାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏମିତି ବି ହୋଇପାରେ ସନ୍ତାନଙ୍କର କୌଣସି ଅଙ୍ଗ ଅକାମି ହୋଇପାରେ ।

 

୩- ପୁରାଣରେ ବର୍ଣ୍ଣନା କର ଯାଇଛି କି ଯେଉଁ ନାରୀ ଗର୍ଭବତୀ ଥିବେ, ଯେଉଁ ନାରୀ ନଷ୍ଟ ଚରିତ୍ରର ହୋଇଥିବେ ବା କ୍ରୋଧୀ ହୋଇଥିବେ ସେମାନଙ୍କ ସହ ଭୁଲରେ ବି ପୁରୁଷ ମାନେ ସମ୍ପର୍କ ରଖିବା ଉଚିତ ନୁହେଁ । ଯଦି ପର ସ୍ତ୍ରୀ ସହ କୌଣସି ପୁରୁଷ ସମ୍ପର୍କ ରଖିବେ ତେବେ ସେ ପାପର ଭାଗୀଦାର ହୋଇଥାନ୍ତି ।

୪- ଯେଉଁ ନାରୀ କୁଆଁରୀ ସେମାନଙ୍କ ସହ ପୁରୁଷ ସମ୍ପର୍କ ରଖିଲେ ପାପର ଭାଗ୍ୟ ହୋଇଥାନ୍ତି । ଯଦି ସ୍ତ୍ରୀ ନ ଖାଇଥିବେ ସେହି ସମୟରେ ସମ୍ପର୍କ ରଖିଲେ ପୁରୁଷ ପାପର ଭାଗୀଦାର ହୋଇଥାଏ ।

୫- ଯଦି କୌଣସି ନାରୀ ସହ ତାଙ୍କର ଅନିଚ୍ଛା ସତ୍ବେ ସମ୍ପର୍କ ରଖୁଛନ୍ତି ତେବେ ସେହି ପୁରୁଷ ପାପର ଭାଗୀଦାର ହୋଇଥାଏ । ଏହା ସହ କୌଣସି ମହିଳାଙ୍କର ମାସିକ ଧର୍ମ ସମୟରେ ମହିଳାଙ୍କ ଅନୁମତି ଥାଇ ଉଭୟ ପୁରୁଷ ଓ ସ୍ତ୍ରୀ ସମ୍ପର୍କ ରଖିଲେ ତାହା ପାପ ହୋଇଥାଏ । ଶାସ୍ତ୍ରରେ କୁହା ଯାଇଛି ପ୍ରକୃତି ମାତା ମହିଳାଙ୍କ ଶରୀରରେ ବିରାଜମାନ ହୋଇଥାନ୍ତି ଯାହା ଦ୍ଵାରା ମାସିକ ଧର୍ମ ହୋଇଥାଏ । ତେଣୁ ଋତୁସ୍ରାବ ସମୟରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖିବା ଉଚିତ ନୁହେଁ । ଶୁଦ୍ଧ ସ୍ନାନ କରିବା ପରେ ମହିଳାଙ୍କ ସହ ସମ୍ପର୍କ ରଖିବା ଉଚିତ ।

୬- ଯଦି ଋତୁମତୀ ନାରିଙ୍କ ସହ କୌଣସି ପୁରୁଷ ସାଙ୍ଗ କରିଥାନ୍ତି ତେବେ ଆପଣଙ୍କର ଇଷ୍ଟ ଦେବତା କ୍ରୋଧ କରିଥାନ୍ତି । ଏହା ସହ ଆମ ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି ଯାହା ଦ୍ଵାରା ଦରିଦ୍ରତାର ଆଗମନ ହୋଇଥାଏ ।

Spread the love