ସ୍ୱତନ୍ତ୍ର ହେବ ଚଳିତ ବର୍ଷର ବିଟିଂ ରିଟ୍ରିଟ୍ ଉତ୍ସବ, ବିଜୟ ଚୌକରେ ୧୦୦୦ ଡ୍ରୋନ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୧୮/୦୧ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉତ୍ସବ ପରେ ୨୯ ତାରିଖରେ ହେବାକୁ ଥିବା ବିଟିଂ ରିଟ୍ରିଟ୍ (Beating Retreat Ceremony) ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ଉତ୍ସବ ସମୟରେ ବିଜୟ ଚୌକରେ ଏକ ହଜାର ଡ୍ରୋନର ଶୋ’ର ଆୟୋଜନ କରାଯିବ । ଏହି ଡ୍ରୋନ ଶୋ’ ଆଇଆଇଟି ଦିଲ୍ଲୀ ସାହାଯ୍ୟରେ କରାଯିବ। ବର୍ତ୍ତମାନ ସୁଦ୍ଧା କେବଳ ତିନୋଟି ଦେଶ ପାଖରେ ଏହପରି କ୍ଷମତା ରହିଛି। ଏଥିରେ ଆମେରିକା, ରୁଷିଆ ଏବଂ ଚୀନ ପରି ଦେଶ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେ ଜାନୁଆରୀ ୨୯ ତାରିଖ ସଂଧ୍ୟାରେ ବିଟିଂ ରିଟ୍ରିଟ୍ ଉତ୍ସବର ଆୟୋଜନ କରାଯାଇଥାଏ। ରାୟସିନା ରୋଡରେ ରାଷ୍ଟ୍ରପତି ଭବନ ସାମ୍ନାରେ ଏହା ପ୍ରଦର୍ଶିତ ହୋଇଥାଏ । ବିଟିଂ ରିଟ୍ରିଟ୍ ସହ ୪ ଦିନ ଧରି ଚାଲିଥିବା ଗଣତନ୍ତ୍ର ଦିବସ ସମାରୋହ ଶେଷ ହୋଇଥାଏ ।

ବିଟିଂ ରିଟ୍ରିଟ ଉତ୍ସବ ଆର୍ମିର ବେରାକକୁ ଫେରିବାର ପ୍ରତୀକ। ବିଶ୍ୱରେ ବିଟିଂ ରିଟ୍ରିଟ୍ ପରିମ୍ପରା ରହିଛି। ଯୁଦ୍ଧ ସମୟରେ ସୂର୍ଯ୍ୟାସ୍ତ ପରେ ସୈନ୍ୟମାନେ ନଜ ହତିଆର ରଖି ନିଜ ନିଜ କ୍ୟାମ୍ପକୁ ଫେରିଥାନ୍ତି। ସେହି ସମୟରେ ଏକ ସଙ୍ଗୀତମୟ ସମାରୋହର ଆୟୋଜନ କରାଯାଇଥାଏ। ଏହାକୁ ବିଟିଂ ରିଟ୍ରିଟ୍ କୁହାଯାଏ । ଭାରତରେ ୧୯୫୦ ମସିହା ପରେ ବିଟିଂ ରିଟ୍ରିଟ୍ ଆରମ୍ଭ ହୋଇଥିଲା। ଭାରତରେ ବିଟିଂ ରିଟ୍ରିଟ ଉତ୍ସବର ମୁଖ୍ୟ ଅତିଥି ଭାରତର ରାଷ୍ଟ୍ରପତି ହୋଇଥାନ୍ତି।

Spread the love