ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ
ବ୍ରହ୍ମପୁର : ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ l ଏକ ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲ୍ଲା ଦୌରା ଜଜ ଅଶାନ୍ତ କୁମାର ଦାଶ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି l ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମରେ 2023 ମସିହା ମାର୍ଚ୍ଚ 7 ତାରିଖରେ ଜୁରିଆ ବିଷୋୟୀ ନାମକ ଜଣେ ବ୍ୟକ୍ତିଙ୍କୁ ବିଜୁ ବେହେରା ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l
ଏ ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜୁରିଆଙ୍କ ଭାଇ ରାମ ପହଞ୍ଚି ଭାଇକୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ, ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ପୋଲିସ ଖବର ପାଇ ବିଜୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଦୌରାଜଜ 15 ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ବିଚାର କରି ବିଜୁକୁ ଆଜୀବନ କାରାଦଣ୍ଡ ଶୁଣାଇଥିବା କହିଛନ୍ତି ମାମଲା ପରିଚାଳନା କରିଥିବା ସରକାରୀ ପିପି ବିଶ୍ୱଜିତ ବରାଳ l
