ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ୱାଇ : ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି କିଛି ଦିନ ପୂର୍ବରୁ ବଲିଉଡର ଭେଟେରାନ ଅଭିନେତା  ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ରୋଗ ବିଷୟରେ ଏବଂ ଡାକ୍ତରଖାନା ପକ୍ଷରୁ ଅଧିକ ସୂଚନା ଦିଆଯାଉ ନାହିଁ । ଚାରି ଦିନ ପୂର୍ବେ ସ୍ବାସ୍ଥ୍ୟରେ ସମସ୍ୟା ହେବା ହେତୁ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କୁହାଯାଉଛି କି ତାଙ୍କର ରୁଟିନ୍‌ ଚେକଅପ ପାଇଁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ବର୍ତ୍ତମାନ ସେ ଘରକୁ ଆସିଛନ୍ତି । ସେପଟେ ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିଲେ ଏବଂ ଅଭିନେତା ଘରେ ପହଞ୍ଚିବା ପରେ ସେମାନେ ଖୁସି ଅଛନ୍ତି।ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଉଥିବାର ନଜର ଆସିଛନ୍ତି । ଧର୍ମେନ୍ଦ୍ର ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ମଧ୍ୟ ଦେଖିବାକୁ ମିଳିବ । ଯେଉଁଥିରେ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛନ୍ତି ।

Spread the love