ଗହ୍ମାପୂର୍ଣ୍ଣିମାରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ

ଭୁବନେଶ୍ୱର ୧୧/୦୮: ଉତ୍କଳୀୟ ସଂସ୍କୃତିରେ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ବଳରାମଙ୍କୁ ପୂଜା କରିବା ସଂପୂର୍ଣ୍ଣ ଓଡ଼ିଆ ପରମ୍ପରା । ବଳରାମ ହେଉଛନ୍ତି ବିଷ୍ଣୁଙ୍କ ଅଷ୍ଟମ ଅବତାର ଏବଂ ଚାଷର ଦେବତା । ଏଣୁ ବଳରାମଙ୍କ ପ୍ରତୀକ ଭାବେ ଗାଈ-ଗୋରୁ ମୁଖ୍ୟତଃ ବଳଦଙ୍କୁ କରାଯାଏ ପୂଜା । ବସୁଦେବ-ରୋହିଣୀଙ୍କ ସନ୍ତାନ ବଳରାମ । ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମାରେ ବଳରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ବଳରାମଙ୍କ ବିବାହ ରେବତ ରାଜାଙ୍କ କନ୍ୟା ରେବତୀଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁତ୍ର ଥିଲେ ନିଶଠ ଏବଂ ଉଲ୍ଲୁକ । ବଳରାମ ଥିଲେ ଭଗବାନ ବିଷ୍ଣୁଙ୍କ ସେବକ ଶେଷନାଗଙ୍କ ଅବତାର । ସେ ହଳଧର, ହଳୟୁଦ୍ଧ, ସଂକର୍ଷଣ ଆଦି ନାମରେ ମଧ୍ୟ ପ୍ରସିଦ୍ଧ ।

ବଳରାମଙ୍କ ପରାକ୍ରମ ସମ୍ବନ୍ଧରେ ପୁରାଣରେ ରହିଛି ବର୍ଣ୍ଣନା । ଗଦା ଯୁଦ୍ଧରେ ସେ ଥିଲେ ପ୍ରବୀଣ । ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ ମଠ ମନ୍ଦିରରେ ବିଶେଷକରି କୃଷ୍ଣ-ବଳରାମ ମନ୍ଦିରରେ ଓ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାନୀତି ହୋଇଥାଏ । ଏହି ଦିନ ଅଗଣିତ ଆଶ୍ରିତମାନେ ସଂଧ୍ୟା ସମୟରେ ବଳଭଦ୍ରଙ୍କ ପବିତ୍ର ଦର୍ଶନ ପୂର୍ବକ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।

Spread the love