ୟୁରିକ୍ ଏସିଡ୍ ସମୟରେ ଛତୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିବେ ଅନେକ ସମସ୍ୟା
ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଛି । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଏଥି ସହ ଏପରି କିଛି ରୋଗ ରହିଛି ଯାହା ମଣିଷଙ୍କୁ ସମ୍ପୂର୍ଣ୍ଣ ମାରି ଦେଉଛି । ଆପଣମାନେ ଜାଣିରଖନ୍ତୁ ଯେ, ଆଜିକାଲି ଲୋକଙ୍କଠାରେ ୟୁରିକ ଏସିଡ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଆଜିକାଲି ଏକ ସାଧାରଣ ସମସ୍ୟା ହେବାରେ ଲାଗିଛି । ଏହା ପ୍ରକୃତରେ ଖରାପ ମେଟାବୋଲିଜିମ୍ ସହିତ ଜଡିତ ଏକ ରୋଗ ଯେଉଁଥିରେ ଶରୀର ପ୍ୟୁରିନ୍ ହଜମ କରିପାରେ ନାହିଁ ଏବଂ ଏହା ହାଡ଼ରେ ଜମା ହେବା ଆରମ୍ଭ କରେ । ଏଥି ସହ ଏହା ହାତ ଏବଂ ପାଦ ଚାରିପାଖରେ ଜମା ହୁଏ ଏବଂ ତା’ପରେ ଗଣ୍ଠିବାତ ସମସ୍ୟା ସୃଷ୍ଟି କରେ । ଶରୀରରେ ପ୍ୟୁରିନର ଏହି ବୃଦ୍ଧି ହାଡ଼ରେ ଏକ ଫାଙ୍କ ସୃଷ୍ଟି କରେ ଏବଂ ଏହା ମଧ୍ୟ ଫୁଲିଯାଏ । ଏହା ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ସୃଷ୍ଟି କରେ । ତେଣୁ, ଏହି ପରିସ୍ଥିତିରେ ପ୍ୟୁରିନ୍ ବୃଦ୍ଧି କରୁଥିବା ଜିନିଷ ଖାଇବାକୁ କେବେବି ଏଡ଼ାଇ ଦେବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା କିଛି ଖାଦ୍ୟ ବିଷୟରେ ଯାହା ୟୁରିକ୍ ଏସିଡକୁ ବଢ଼ାଇଥାଏ ।
ଆପଣ କ’ଣ ଛତୁ ଖାଉଛନ୍ତି କି? ଯଦି ହଁ, ତେବେ ଆସନ୍ତୁ ଜାଣିବା ଛତୁ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ବୃଦ୍ଧି ପାଏ କି ନାହିଁ । ଛତୁରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ ଯାହା ୟୁରିକ୍ ଏସିଡ୍ ବୃଦ୍ଧି କରିବାରେ କାମ କରେ । ଏହା ଆପଣଙ୍କ ହାଡ଼ରେ ଜମା ହେବା ଆରମ୍ଭ କରେ । ପ୍ରକୃତରେ, ଯେତେବେଳେ ଆପଣ ଛତୁ ଖାଆନ୍ତି, ଶରୀର ଏହାକୁ ହଜମ କରେ ଏବଂ ପ୍ୟୁରିନ୍ ବାହାର କରିଦିଏ । ଏହି ପ୍ୟୁରିନ୍ ହାଡ଼ରେ ଜମା ହେବା ଆରମ୍ଭ କରେ । ଯାହା ସମୟ ସମୟରେ ଯନ୍ତ୍ରଣାର କାରଣ ମଧ୍ୟ ହୁଏ । ଯେତେବେଳେ ଆପଣ ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତି, ସେତେବେଳେ ଏହି ଯନ୍ତ୍ରଣା ଆହୁରି ବଢିପାରେ । ତେଣୁ, ଯଦି ଆପଣଙ୍କର ୟୁରିକ୍ ଏସିଡ୍ ଅଧିକ ଥାଏ କିମ୍ବା ଆପଣଙ୍କର ଗଣ୍ଠିବାତ ସମସ୍ୟା ଥାଏ, ତେବେ ଛତୁ ଖାଇବାରୁ ଦୂରେଇ ରୁହନ୍ତୁ ।
ତେଣୁ, ଯଦି ଆପଣଙ୍କର ୟୁରିକ୍ ଏସିଡ୍ ଅଧିକ ଥାଏ, ତେବେ ଛତୁ ବଦଳରେ ଆପଣ ଅଧିକ ଫାଇବରଯୁକ୍ତ ଖାଦ୍ୟ ଖାଇପାରିବେ । ଯେପରିକି ଓଟ୍ସ, ଏବଂ କମଳା ପରି ଫଳ ଖାଆନ୍ତୁ । ଏହା ବ୍ୟତୀତ, ଆପଣ ଗଜା ହୋଇଥିବା ଶସ୍ୟ ମଧ୍ୟ ଖାଇପାରିବେ ଯାହା ଏହି ସମସ୍ୟାରେ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେଣୁ, ଏହି ସମସ୍ତ ପରିସ୍ଥିତିରେ ଆପଣ ଛତୁ ବଦଳରେ ଏହି ଖାଦ୍ୟ ଖାଇବା ଉଚିତ ।ଏଥି ସହ ନିଶ୍ଚିତ ଭାବରେ ଆପଣ ମନେ ରଖନ୍ତୁ ଯେ ଯସି ଆପଣଙ୍କର ୟୁରିକ୍ ଏସିଡ ସମସ୍ୟା ଅଛି, ତେବେ ଆପଣ କଦାପି ଛତୁ ଖାଆନ୍ତୁ ନାହିଁ । ବରଂ ଫାଇବର ଯୁକ୍ତ ଖାଦ୍ୟ ଖାଇ ନିଜ ଶରୀରକୁ ଭଲ ରଖନ୍ତୁ । ଏଥି ସହ ଅନ୍ୟାନ୍ୟ ସମସ୍ୟାରୁ ମଧୟ ମୁକ୍ତି ପାଆନ୍ତୁ ।