୧୦୧ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୧୦୧ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲା। ସେହିପରି ୮ ଜଣ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣ ଅନ୍ୟାନ୍ୟ ବର୍ଗରେ ରଖାଯାଇଛି।୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ ଗଞ୍ଜାମର ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ସେହିପରି ଯାଜପୁରରୁ ୭ ଜଣ ଓ କେନ୍ଦୁଝରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ବି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।ବାଲେଶ୍ୱରର ୩୩ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ଜଣେ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଛନ୍ତି। ୩ଟି ଲୋକାଲ୍ କେସ୍ ରହିଛି।ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ବାଲେଶ୍ୱରର ଏହି ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁରତ ଫେରନ୍ତା। ସେହିପରି ୩ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୨ ଜଣ ବେଙ୍ଗାଲୁରୁରୁ ଫେରିଥିଲେ।ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ରାଉରକେଲାରେ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ଥିଲେ।ସୂଚନାଯୋଗ୍ୟ, ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚି ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇସାରିଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୪୧୯ ଜଣ ଚିକିତ୍ସାଧୀନ ରହିଛନ୍ତି।

Spread the love