୨୦୨୨ ମସିହା ଅଗଷ୍ଟ ୯ ତାରିଖ ହତ୍ୟା ମାମଲା, ଗୋଟିଏ ପରିବାର ଜଣେ ନାବାଳକ ସମେତ ୬ ଜଣଙ୍କୁ ଆଜୀବନ ଜେଲ

ନବରଙ୍ଗପୁର: ହତ୍ୟା ମାମଲାରେ ଗୋଟିଏ ପରିବାର ଜଣେ ନାବାଳକ ସମେତ ୬ ଜଣଙ୍କୁ ଆଜୀବନ ଜେଲ ।  ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଜଜ୍ ରାୟ ଶୁଣାଇଛନ୍ତି। ନାବାଳକକୁ ସୁଧାରଗୃହ ଓ ୫ ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।  ସେମାନେ ହେଲେ କୋଡିଙ୍ଗା ଥାନା ବାରମାସୀ ଗାଁର ଅନନ୍ତପୂଜାରୀ, ଶିବ ଶଙ୍କର ପୂଜାରୀ, ଚନ୍ଦନ ପୂଜାରୀ, ତୁମର ପୂଜାରୀ ଓ ଡାଳିମ୍ବ ପୂଜାରୀ  । ଏହି ୫ଜଣଙ୍କ ସମେତ ଜଣେ ନାବାଳକ ରହିଛନ୍ତି ।  କାରଦାଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଜରିମନା ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୨ ଅଗଷ୍ଟ ୯ ତାରିଖରେ ହତ୍ୟକାଣ୍ଡ ହୋଇଥିଲା । ଜମିଜମା ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ପରିବାର ଲୋକ ଜଣଙ୍କୁ ଟ୍ରାକ୍ଟର ମଡ଼ାଇ ଦେବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ।

Spread the love