୨୦ ବର୍ଷ ଲୁଚିବା ପରେ ଆଫଗାନ ଫେରିଲା ଲାଡେନର ବଡିଗାର୍ଡ

କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନର ସୁରକ୍ଷା କଥା ବୁଝୁଥିବା ଅମୀନ ଉଲ-ହକ୍‌ ଶେଷରେ ଆଫଗାନିସ୍ତାନ ଫେରିଛି। ୨୦୦୧ରେ ଆମେରିକା ଲାଡେନକୁ ମାରିବା ପାଇଁ ଆଫଗାନରେ ଯୁଦ୍ଧ ଡାକରା ଦେବାରୁ ଭୟରେ ଅମୀନ ଫେରାର ହୋଇ ଯାଇଥିଲା।

ଆଫଗାନରେ ଆମେରିକା ୨୦ ବର୍ଷ କାଳ ଯୁଦ୍ଧ କରୁଥିବା ବେଳେ ଅମୀନ ଭୟରେ ଲୁଚି ରହିଥିଲା। ଏବେ ଆଫଗାନରୁ ଆମେରିକା ଚାଲିଯିବା ସହ ତାଲିବାନ କ୍ଷମତା ଦଖଲ କରିଛି। ଏଥିରେ ଆଶ୍ୱସ୍ତିଲାଭ କରି ଅମୀନ ନିଜ ଜନ୍ମମାଟିକୁ କମବ୍ୟାକ କରିଛି। କୁହାଯାଉଛି, ତାଲିବାନ ଓ ଅଲକାଏଦା ମଧ୍ୟରେ ଥିବା ମଧୁଚନ୍ଦ୍ରିକାର ସୂତ୍ରଧର ଥିଲା ଅମୀନ। ଏବେ ସେ ତାଲିବାନର ଆଫଗାନ ଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

Spread the love