୨୩ ଘଣ୍ଟା ଧରି ପ୍ରଦୀପ ପାଣିଗ୍ରାହୀଙ୍କୁ ରେଡ୍‌

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ୨୩ ଘଣ୍ଟା ପରେ ଫେରିଲା ଭିଜିଲାନ୍ସ । ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଥିଲା । ଭୁବନେଶ୍ୱର ବାସଭବନରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଝିଅ, ଝିଆରୀ, ଶାଶୁ ଓ ପୁତୁରାକୁ ଜେରା କରିଥିଲା ଟିମ୍‌। ଖୋଳତାଡ ବେଳେ ତାଙ୍କ ଘର ଜମି, ଗାଡ଼ି, ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବା ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ପାସବୁକ୍‌, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ, ଲାପଟପ୍‌, ମୋବାଇଲ୍‌ ଆଦି ସିଜ୍‌ କରିଛି ଭିଜିଲାନ୍ସ ଟିମ୍‌ ।

Spread the love