୨୩ ଘଣ୍ଟା ହେଲା OSRTC ବସ୍ ଅଟକ
ବଣାଇ : ବସ୍ ଦିଅ, ବସ୍ ନିଅ । ଓଏସଆରଟିସି ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ । ଗାଁକୁ ବସ୍ ଚାଲିଲେ ବନ୍ଧକ ରଖିଥିବା ବସକୁ ଛାଡ଼ିବେ କହିଛନ୍ତି ଗ୍ରାମବାସୀ । ସୁନ୍ଦରଗଡ଼ ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୋଟିଏ ଓଏସଆରଟିସି ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ ।
ଦୀର୍ଘ ଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗାଁକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ଦାବି କରି ଆସୁଥିଲେ । ଜିଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଶେଷରେ ଗତକାଲି ଏକ ଓଏସ୍ଆରଟିସି ବସକୁ ବନ୍ଧକ ରଖିଛନ୍ତି । ଗ୍ରାମବାସୀଙ୍କ ଦାବି, ଆମକୁ ବସ ଦିଅ, ତମ ବସ ନିଅ । ଏତେ ସମୟ ଧରି ଝାମେଲା ଚାଲିଥିଲେ ମଧ୍ୟ ନାଁ ପ୍ରଶାସକ ନାଁ ପୋଲିସ କେହି ଗ୍ରାମକୁ ପହଁଞ୍ଚି ନାହାନ୍ତି ।
