୩୦୦ ଛୁଇଁବ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦର

ପାକିସ୍ତାନ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆକାଶ ଛୁଆଁ । ଯାହାକୁ ନେଇ କଲବଲ ସାଧାରଣ ଜନତା । ହଁ ଦର୍ଶକବନ୍ଧୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଯାହା ଜୁନ୍ ୧୬ ସୋମବାର ଠାରୁ ଆଗାମୀ ୧୫ ଦିନ ପାଇଁ କାର୍ଯ୍ୟକାରୀ ହେବ ।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪.୮୦ ଟଙ୍କା ବୃଦ୍ଧି କରାଯାଇଥିବାବେଳେ ହାଇ-ସ୍ପିଡ୍ ଡିଜେଲର ମୂଲ୍ୟ ଲିଟର ପିଛା ୭.୯୫ଟଙ୍କା ବୃଦ୍ଧି ପାଇଛି । ଏହି ନୂତନ ବୃଦ୍ଧି ପରେ, ହାଇ-ସ୍ପିଡ୍ ଡିଜେଲର ମୂଲ୍ୟ ପ୍ରତି ଲିଟର ୨୬୨.୫୯ ଟଙ୍କାକୁ ବୃଦ୍ଧି ପାଇଛି ଏବଂ ପେଟ୍ରୋଲ ର ମୂଲ୍ୟ ଏବେ ଲିଟର ପିଛା ୨୫୮.୪୩ ଟଙ୍କାରେ ପହଁଚିଛି । ଅର୍ଥ ମନ୍ତ୍ରଣାଳୟ ପେଟ୍ରୋଲିୟମ ଉତ୍ପାଦର ସଂଶୋଧିତ ମୂଲ୍ୟ ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି ।

ସାଧାରଣ ଜନତା ଏବଂ ଶିଳ୍ପ ଉପରେ ଖର୍ଚ୍ଚ ବଢ଼ିପାରେ:

ପୂର୍ବରୁ ମେ ୩୧ ତାରିଖରେ ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ୧ ଟଙ୍କା ବୃଦ୍ଧି କରିଥିଲେ । ସେତେବେଳେ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ୨୫୩.୬୩ ଟଙ୍କା ସ୍ଥିର କରାଯାଇଥିଲା । ଏବେ, ଭବିଷ୍ୟତ ପାଇଁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ, ଯାହା ସାଧାରଣ ଜନତା ଏବଂ ଶିଳ୍ପ ଉପରେ ଖର୍ଚ୍ଚ ବୃଦ୍ଧି କରିପାରେ।

ପରିବହନ, କୃଷି ଏବଂ ଶିଳ୍ପ କ୍ଷେତ୍ର ପ୍ରଭାବିତ ହେବ:

ପେଟ୍ରୋଲ ଏବଂ ଡିଜେଲ ର ଏହି ବୃଦ୍ଧି ପରିବହନ, କୃଷି ଏବଂ ଶିଳ୍ପ କ୍ଷେତ୍ର ଉପରେ ସିଧାସଳଖ ପ୍ରଭାବ ପକାଇବ । କାରଣ ଇନ୍ଧନ ମୂଲ୍ୟ ବୃଦ୍ଧି ଅନ୍ୟାନ୍ୟ ସାମଗ୍ରୀ ଏବଂ ସେବାର ମୂଲ୍ୟ ମଧ୍ୟ ବୃଦ୍ଧି କରିଥାଏ । ତେବେ ଅର୍ଥନୈତିକ ଚାପ ଏବଂ ଅନ୍ତର୍ଜାତୀୟ ତୈଳ ମୂଲ୍ୟ ବୃଦ୍ଧି ହେତୁ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି ।

ପାକିସ୍ତାନର ଅର୍ଥନୀତିର ଅବସ୍ଥା କିପରି?

ଗତ ମାସରେ ଆତଙ୍କବାଦୀମାନେ ପହଲଗାମରେ ଆକ୍ରମଣ କରିଥିଲେ । ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିଲା, କିନ୍ତୁ ଏହାର ନିଜସ୍ୱ ସ୍ଥିତି ଦୋହଲି ଯାଇଛି । ପାକିସ୍ତାନର ଅର୍ଥନୀତିର ଅବସ୍ଥା ଏତେ ଖରାପ ଯେ ଏହାର ବଜେଟ୍ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଜସ୍ୱଠାରୁ ବହୁତ କମ୍ ।

Spread the love

Leave a Reply

Your email address will not be published. Required fields are marked *