୪୫୦୦ କୋଟି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୨୫ କୋଟି : ବିଜେଡି

ଭୁବନେଶ୍ୱର: ଅପମାନସୂଚକ ଓ ଅଶାଳୀନ ଶଦ୍ଦ ପ୍ରୟୋଗ କରି ଓଡିଶାବାସୀଙ୍କୁ ଅପମାନିତ କରିବା, ଓଡିଶାର ସଂସ୍କୃତିକୁ ନଷ୍ଟ କରିବା ହେଉଛି ବିଜେପିର ସଂସ୍କୃତି। ବିଜେଡି କେବେ ମଧ୍ୟ ଏଭଳି ଶଦ୍ଦ ପ୍ରୟୋଗ କରେନାହିଁ। ମୁଖ୍ୟମନ୍ତ୍ରୀ କଦାପି ଏହାକୁ ପ୍ରଶ୍ରୟ ବି ଦିଅନ୍ତି ନାହିଁ। ଓଡିଶାର ସଂସ୍କୃତିକୁ ହିଁ ବିଜେଡି ସବୁବେଳେ ଅନୁକରଣ କରେ ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ନେତା  ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର  ସ୍ୱୟଂପ୍ରକାଶ ମହାପାତ୍ର। ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ଅଭ୍ୟାସଗତ ଭାବେ ମିଛ କହୁଥିବା ବିଜେପି ନେତାମାନେ ଶ୍ରୀମନ୍ଦିରକୁ ନେଇ ହୀନ ରାଜନୀତି କରୁଛନ୍ତି। ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳୁଛନ୍ତି। ପ୍ରତିଦିନ ନୂଆ ନୂଆ ଡ୍ରାମା କରୁଛନ୍ତି। ସୁପର ମିଛୁଆ ନେତା, ଫେକ୍‌ ନ୍ୟୁଜ ଫ୍ୟାକ୍ଟ୍ରୀ ଖୋଲିଦେଇଛନ୍ତି। ଟୁରିଷ୍ଟ ନେତାଙ୍କୁ ଯାହା ଲେଖା ଧରାଇ ଦିଆଯାଉଛି, ସେମାନେ ଘୋଷା ଶୁଆ ଭଳି ଗାଉଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚକୁ ନେଇ ସୁପର ମିଛୁଆ ନେତା ଆଉ ତାଙ୍କ ଅନୁଗତ ମାନେ ଲଗାତର ଭାବେ ମିଛ କହି ଚାଲିଛନ୍ତି। କାରଣ ଆରମ୍ଭ ଦିନରୁ ସେମାନେ ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ପ୍ରକଳ୍ପ ବିରୋଧୀ ଥିଲେ। କେତେବେଳେ କହୁଥିଲେ ଟାଇଲ୍‌ସ ପକାହୋଇଛି, କେତେବେଳେ କହୁଥିଲେ ୪ଟି ପାଇଖାନା ନିର୍ମାଣ ହୋଇଛି ଆଉ କିଛି କାମ ହୋଇନାହିଁ। ଏଏସଆଇ, ଏନଏମଏ, ସୁପ୍ରିମକୋର୍ଟ ସବୁ ଜାଗାରେ ଚେଷ୍ଟା କରି ବିଫଳ ହେଲେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

Spread the love