୪ ଦିନ ଯାଏ କାଳବୈଶାଖୀ ଚେତାବନୀ

ଭୁବନେଶ୍ୱର : ରାଜ୍ୟରେ ୪ ଦିନ ଯାଏ କାଳବୈଶାଖୀ ଚେତାବନୀ । ବିଜୁଳି ଓ ଘଡ଼ଘଡ଼ି ପାଇଁ ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର, କଟକ, ପୁରୀ ସମେତ ଏହି ୧୦ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୪ ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ହୋଇଥିବା ହୋଇଥିବା ବେଳେ ମୟୁରଭଞ୍ଜ କରଞ୍ଜିଆ ରେ ୬୮.୦୦ ମିମି ସର୍ବାଧିକ ବର୍ଷା ସମ୍ଭାବନା ରହିଛି । ସେହିପରି ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୪୦.୮ ଡିଗ୍ରୀ ରେକର୍ଡ କାରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *