୭.୫% ରହିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି, SCOରେ ପିଏମ କହିଲେ-‘ପରସ୍ପର ସହଯୋଗ ଏବଂ ବିଶ୍ୱାସର ସମର୍ଥନ କରୁଛି ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସଂଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସସିଓ) ବୈଠକକୁ ସମ୍ୱୋଧିତ କରିଛନ୍ତି । ନିଜ ସମ୍ୱୋଧନରେ ସବୁ ସଦସ୍ୟଙ୍କୁ ଅପିଲ କରି ପରସ୍ପରକୁ ଆଗକୁ ବଢିବାରେ ସହଯୋଗ କରିବାକୁ କହିଛନ୍ତି । ଭ୍ଲାଦିମିର ପୁଟିନ ଏବଂ ସି ଜିନପିଙ୍ଗଙ୍କୁ ଭେଟିବା ପରେ ସେ କହିଛନ୍ତି, ବ୍ୟବସାୟ ଏବଂ ସମ୍ପର୍କ କିପରି ଅଧିକ ମଜଭୁତ କରିପାରିବା ତାହା ଉପରେ ଆମକୁ ବିଚାର କରିବାକୁ ପଡିବ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇ କହିଛନ୍ତି, ଷ୍ଟାର୍ଟଅପ ଏବଂ ନବସୃଜନ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକାରୀ ଗ୍ରୁପର ପ୍ରତିଷ୍ଠା କରି ଏସସିଓର ସଦସ୍ୟ ଦେଶ ସହ ନିଜର ଅନୁଭବ ବାଣ୍ଟିବାକୁ ଆମେ ପ୍ରସ୍ତୁତ ଅଛୁ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମେ ଭାରତକୁ ଏକ ବିନିର୍ମାଣ ହବ୍ କରିବା ଦିଗରେ ଆଗକୁ ବଢୁଛୁ । ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥବ୍ୟବସ୍ଥାରେ ୭.୫ ପ୍ରତିଶତର ବୃଦ୍ଧିର ଆଶା କରାଯାଉଛି, ଯାହା ବିଶ୍ୱର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଭିତରେ ସବୁଠୁ ଅଧିକ ରହିବ । ଆମେ ଲୋକ କେନ୍ଦ୍ରିତ ବିକାଶ ମଡେଲ ଉପରେ କାମ କରୁଛୁ । ଆମେ ପ୍ରତିଟି କ୍ଷେତ୍ରରେ ନବସୃଜନର ସମର୍ଥନ କରୁଛୁ । ଆଜି ଭାରତରେ ୭୦,୦୦୦ରୁ ଅଧିକ ଷ୍ଟାର୍ଟଅପ ଅଛି, ଏଥିରେ ୧୦୦ରୁ ଅଧିକ ୟୁନିକର୍ନ ଅଛନ୍ତି’ ।

ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ଦେଶ ଗୁଡିକ ମଧ୍ୟରେ ସହଯୋଗକୁ ଅଧିକ କରିବା ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଆଜି ସାରା ବିଶ୍ୱ ମହାମାରୀ ପରର ଆର୍ଥିକ ଆହ୍ୱାନର ସାମନା କରୁଛି। ଏସସିଓର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ଏସସିଓର ସଦସ୍ୟ ଦେଶ ବିଶ୍ୱ ଜିଡିପିରେ ପ୍ରାୟ ୩୦ ପ୍ରତିଶତର ଯୋଗଦାନ କରନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ଏସସିଓ ଦେଶରେ ରୁହନ୍ତି । ଭାରତ ଏସସିଓ ସଦସ୍ୟଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ଉପରେ ବିଶ୍ୱାସର ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ ସଂକଟରୁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବାଧା ଉତ୍ପନ୍ନ ହୋଇଛି । ଏହି କାରଣରୁ ସାରା ବିଶ୍ୱ ଅଭୂତପୂର୍ବ ଉର୍ଜା ଏବଂ ଖାଦ୍ୟ ସଂକଟର ସାମନା କରୁଛି । ଏଥିପାଇଁ ଏସସିଓକୁ ଆମ କ୍ଷେତ୍ରରେ ବିଶ୍ୱସ୍ତ ଏବଂ ବିବିଧ ଯୋଗାଣ ଶୃଙ୍ଖଳା ବିକଶିତ କରିବାରେ ଉଦ୍ୟମ ଉପରେ କାମ କରିବା ଦରକାର ବୋଲି ସେ କହିଛନ୍ତି।   

Spread the love