୯ମ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାୟା ଜାତିସଂଘ ଉଦ୍‌ଘାଟନ କଲେ ରାଜ୍ୟପାଳ ଗଣେଶୀ ଲାଲ

ମାନବବାଦ ହେଉଛି ପ୍ରକୃତ ଶିକ୍ଷା ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି । ୯ମ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଛାୟା ଜାତିସଂଘକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ନିଜେ ନିଜର ଶିକ୍ଷକ । ସେମାନେ ଜ୍ଞାନ ଆହରଣ କରିବା ସହ ଏଥିରୁ ଶିକ୍ଷା ଲାଭ କରିଥାନ୍ତି । ଆମ୍ଭେମାନେ ଆତ୍ମକୈନ୍ଦ୍ରିକ ହେବା ଅପେକ୍ଷା ବିଶ୍ୱ କୈନ୍ଦ୍ରିକ ହେବା ଉଚିତ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆମେମାନେ ନିଜ କଥା ଚିନ୍ତା କରିବା ବେଳେ ସମଗ୍ର ମାନବଜାତି ବିଷୟରେ ଚିନ୍ତା କରିବା ଉଚିତ । ସହନଶୀଳ, ସମଭାବାପନ୍ନ, ଦୟା ଓ କରୁଣା ହେଉଛି ପ୍ରକୃତ ଶିକ୍ଷା । ତେଣୁ ଆମମାନଙ୍କୁ ଆତ୍ମ ଅହଙ୍କାର, ଅସୂୟା ଆଦି ପରିତ୍ୟାଗ କରିବାକୁ ପଡ଼ିବ ବୋଲି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଆତ୍ମଜାଗ୍ରତ କରାଇବା ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଛାୟା ଜାତିସଂଘର ବିଷୟବସ୍ତୁ ଶରଣାର୍ଥୀ ସମସ୍ୟା ଉପରେ ଆଲୋକପାତ କରି ପ୍ରଫେସର ଲାଲ୍‌ କହିଲେ, ବିଶ୍ୱ ମାନବବାଦ ଦ୍ୱାରା ଶରଣାର୍ଥୀ ସମସ୍ୟାର ସମାଧାନ ହୋଇପାରିବ ।

Spread the love