ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି : ଗୃହ ସଚିବ ସଞ୍ଜୀବ ଚୋପ୍ରା

ଭୁବନେଶ୍ୱର, ୩୧/୦୩: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି । ସେଥିମଧ୍ୟରୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ । ବର୍ତ୍ତମାନ ସୁଦ୍ଧା କଣ୍ଟ୍ରୋଲ ରୁମକୁ ୫ ହଜାର ୨୦୦ କଲ୍ ଆସିଛି ।

ସୂଚନାଯୋଗ୍ୟ, ଶ୍ରୀ ଚୋପ୍ରା ଆହୁରି କହିଛନ୍ତି ଯେ, ଶହେରୁ ଅଧିକ ଲୋକ ଯେଉଁଠି ଅଛନ୍ତି ସେହି ସ୍ଥାନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିଲାଗି ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଉଥିବାର ସୂଚନା ଦେଇଛନ୍ତି ସେ। ସବୁ ଲୋକଙ୍କ ପାଖରେ କିଭଳି ଖାଦ୍ୟ ଓ ଔଷଧ ପହଞ୍ଚିବ, ତା ଉପରେ ଗୁରୁତ୍ବ ଯାଉଥିବା ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ।

ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର୍ ଅଞ୍ଚରେ ସବୁଠାରୁ ଅଧିକ ଓଡ଼ିଆ ବାହାରେ ରହିଥିବା ସେ କହିଛନ୍ତି। ସେମାନଙ୍କୁ ଯୋଗାଯୋଗ ଲାଗି ଚେଷ୍ଟା ଚାଲିଛି। ନୋଡାଲ୍ ଅଫିସରମାନେ ସରକାରଙ୍କୁ ଏନେଇ ରିପୋର୍ଟ ଦେଉଛନ୍ତି। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନ୍ୟ କେତେକ ଅଧିକାରୀ ଯୋଗ ଦେଇଥିଲେ।

Spread the love