୭୦ ପ୍ରତିଶତ ସିଲାବସ୍‌ରେ ହେବ ମାଟ୍ରିକ ପରୀକ୍ଷା : ସମୀର ଦାଶ

ଭୁବନେଶ୍ବର : ୭୦ ପ୍ରତିଶତ ସିଲାବସ୍‌ରେ ହେବ ମାଟ୍ରିକ ପରୀକ୍ଷା। ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ପରୀକ୍ଷା କରାଯିବ। ରେଜଲ୍ଟ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ମାଟ୍ରିକ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି ।୩୦ ପ୍ରତିଶତ ସିଲାବସ୍‌କୁ ବାଦ୍‌ ଦିଆଯିବ। କୋଭିଡ୍‌ ନିୟମ ଅନୁସାରେ ପରୀକ୍ଷା ହେବ। ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖି କହିଛନ୍ତି ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ। ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ପରୀକ୍ଷା କରାଯିବ। ଜୁଲାଇ ୩୦ରେ ପରୀକ୍ଷା ହେବ। ଅଗଷ୍ଟ ୫ ଯାଏ ଚାଲିବ ଅଫଲାଇନ୍‌ ଏକଜାମ୍‌ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ।

Spread the love